ଦୋକାନୀମାନଙ୍କୁ ପେଟିଏମ POS ମେସିନ ଲଗାଇବା ଆଳରେ ଦମ୍ପତି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା , ଗିରଫ କଲା ଯାଜପୁର ପୋଲିସ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବିଭିନ୍ନ ଦୋକାନ ରେ ପସ୍ ବା ପଏଣ୍ଟ ଅଫ ସେଲ ମେସିନ ଲଗାଇବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିବା ଦମ୍ପତି ଙ୍କ ଗ୍ୟାଙ୍ଗ କୁ କାବୁ କରିବାକୁ ସକ୍ଷମ ହୋଇଛି ଯାଜପୁର ପୋଲିସ। ଏହି ଠକ ଙ୍କ ଠାରୁ ନଗଦ 10 ଲକ୍ଷ ଟଙ୍କା,63ଟି ଏଟିଏମ କାର୍ଡ,ଗୋଟିଏ କ୍ରେଡିଟ କାର୍ଡ,7 ଟି ମୋବାଇଲ ଫୋନ,46 ଟି ସିମ କାର୍ଡ,21 ଟି ବିଭିନ୍ନ ବ୍ୟାଙ୍କ ର ପାସବୁକ,3 ଟି ପସ ମେସିନ ଜବତ କରାଯାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁନୀଲ ନାୟକ ଏବଂ ତାଙ୍କ ପତ୍ନୀ ମାଳତୀ ସମେତ 5 ଜଣଙ୍କୁ ଗିରଫ କରାଯାଇଛି। କିଛି ଦିନ ପୂର୍ବରୁ ମାଳତୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। ଆଜି ସ୍ୱାମୀ ସୁନୀଲ ଓ ଅନ୍ୟ 3 ସହଯୋଗୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୋଗ ମୁତାବକ ସୁନୀଲ ଓ ତାଙ୍କ ପତ୍ନୀ ସୃଜନ ଇନ୍ଫୋଟେକ କମ୍ପାନୀ ଖୋଲି ପେ ଟିଏମ ଠାରୁ ପସ ମେସିନ ଲଗାଇବାକୁ ଫ୍ରାଞ୍ଚାଇଜ ଆଣି ବିଭିନ୍ନ ଦୋକାନ ରେ ଲଗାଇଥିଲେ। ସେହି ମେସିନ ଦ୍ୱାରା ହେଉଥିବା ଅର୍ଥ କାରବାର କୁ ନିଜ ଆକାଉଣ୍ଟ କୁ ନେଇ ଯାଉଥିଲେ ସୁନୀଲ। ଏହା ଜଣାପଡିବା ପରେ ଯାଜପୁର ସହର ର କ୍ରିଷ୍ଣା ଜୁଏଲାରୀ ମାଲିକ ବଟକୃଷ୍ଣ ସାହୁ ଏ ନେଇ ଯାଜପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି କ୍ରିଷ୍ଣା ଜୁଏଲାରୀ ରୁ 23 ଲକ୍ଷ ଟଙ୍କା ଠକେଇ ହୋଇଥିବା ବେଳେ କୁଆଖିଆ ଥାନା ଅନ୍ତର୍ଗତ ଦୁଇଟି ସୁନା ଦୋକାନରୁ 31 ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡିଛି। ଆଜି 4 ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହିତ ସେମାନଙ୍କ ବିରୋଧ ରେ ଆଇ ପି ସି ର ଧାରା 406,417,420,34 ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଯାଜପୁର ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଯାଜପୁର ଏସ ଡି ପି ଓ ସରୋଜ ଉପାଧ୍ୟାୟ। ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଥାନା ଅଧିକାରୀ ଅଜୟ ଜେନା ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.