ଓଡ଼ିଆ ନ୍ୟୁଜ୍: ଯାଜପୁରରେ ଦଳିତ ଯୁବକଙ୍କୁ ପୋଲିସ୍ର ଥାର୍ଡ ଡିଗ୍ରୀ ଅଭିଯୋଗ ମାମଲା।କୌଣସି ପ୍ରକାର ଥାର୍ଡ ଡିଗ୍ରୀ ହୋଇ ନଥିବା ସ୍ପଷ୍ଟ କଲେ ଯାଜପୁର ଏସ୍ପି।ବାଲିଚନ୍ଦ୍ରପୁର ଥାନାରେ ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ସ୍ପଷ୍ଟ କଲେ ଏସ୍ପି। ଥାନାରେ କୌଣସି ଥାର୍ଡ ଡିଗ୍ରୀ ହୋଇନି, ଅଭିଯୁକ୍ତ ବିଷ ପିଇନାହାନ୍ତି।IIC ସଂପୂର୍ଣ୍ଣ ନିର୍ଦ୍ଦୋଷ କହିଲେ ଯାଜପୁର ଏସ୍ପି। ପୋଲିସର ଥାର୍ଡ ଡିଗ୍ରି ସହି ନପାରି ଯୁବକ ବିଷ ପିଇଥିବା ଅଭିଯୋଗ ହୋଇଥିଲା।IIC ଓ SIଙ୍କ ସମେତ ୯ ପୋଲିସ୍ କର୍ମଚାରୀଙ୍କ ନାଁରେ ଏତଲା ହୋଇଛି।ଜଣେ ଏସ୍ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି।
ସୂଚନା ଅନୁଯାୟୀ, ବାଲିଚନ୍ଦ୍ରପୁର ଥାନା ଅଧୀନ ମହିପୁର ଗ୍ରାମର ରବିନ୍ଦ୍ର ମଲ୍ଲିକ ଜମି ବିବାଦକୁ ନେଇ ବାଲିଚନ୍ଦ୍ରପୁର ଥାନାକୁ ଆସି ଥିଲେ। ହେଲେ ପୂର୍ବରୁ ରବିନ୍ଦ୍ରଙ୍କ ନାମରେ ଥାନାରେ ମାମଲା ରହିଥିଲା। ଯାହାକୁ ନେଇ ପୋଲିସ ରବିନ୍ଦ୍ରଙ୍କୁ ଥାନାରେ ଅଟକ ରଖିଥିଲା।ହେଲେ ରବିନ୍ଦ୍ରଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବଡ଼ଚଣା ମେଡିକାଲ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇ ଥିଲା।
ପରେ ସେ ସୁସ୍ଥ ହେବା ପରେ ତାଙ୍କୁ ପୋଲିସ ପଚରାଉଚରା କରି ଘରକୁ ଛାଡି ଦେଇଥିଲା। ରବିନ୍ଦ୍ରଙ୍କୁ ଥାନାରେ ମାଡ ମରା ଯାଇ ଥିବା ବେଳେ ସେ ବିଷ ପିଇ ଥିବା ରବିନ୍ଦ୍ର ଓ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏଇ ଘଟଣାରେ ତିନି ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇ ଥିଲେ। ଆଜି ଯାଜପୁର ଏସପି ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ତଦନ୍ତ କରି ଘଟଣାର ସଂପୂର୍ଣ୍ଣ ଖୁଲାସା କରିଛନ୍ତି।