ଜନଶୁଣାଣି ବେଳେ ଦୁଇ ଗୋଷ୍ଠୀ ହାତାହାତି

0

ଓଡ଼ିଆ ନ୍ୟୁଜ୍: ଜନଶୁଣାଣି ବେଳେ ଦୁଇ ଗୋଷ୍ଠୀ ହାତାହାତି। ମହମ୍ମଦ ନଗର ପାଟଣା ପଞ୍ଚାୟତ ଶେକସରାଇରେ ହାତାହାତି।ବାଲି ଖାଦାନ ଲିଜ୍‌କୁ ନେଇ ବିପକ୍ଷ ଓ ସପକ୍ଷବାଦୀ ମୁହାଁମୁହିଁ।ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜନଶୁଣାଣି ବେଳେ ଉତ୍ତେଜନା।ପରିସ୍ଥିତି ନିୟନ୍ତ୍ରଣ ପାଇଁ ମୃଦୁ ଲାଠି ଚାଳନା କଲା ପୋଲିସ।

କେହି କାହା କଥା ଶୁଣିବାକୁ ନାରାଜ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବାଲେଶ୍ବର ଜିଲ୍ଲା ଜଳେଶ୍ବର ମହମ୍ମଦ ନଗର ପାଟଣା ପଞ୍ଚାୟତର । ଯେଉଁଠି ସୁବର୍ଣ୍ଣରେଖା ନଦୀର ସେକରାଇ ବାଲିଘାଟକୁ ନେଇ ଚାଲିଥିଲା ଜନଶୁଣାଣି । ଯେଉଁଠି ଉପସ୍ଥିତ ଥିଲେ ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂ, ଜଳେଶ୍ବର ତହସିଲଦାର ସତ୍ୟଜିତ୍ ମହାନ୍ତି, SDPO ମାନସ ଦେଓ ।

ସ୍ଥାନୀୟ ଅଂଚଳରେ ବାଲି ଚୋରି ରୋକିବା, ଗରିବ ଲୋକମାନେ ଆବାସ ଘର ନିର୍ମାଣ ପାଇଁ କେମିତି କମ୍ ମୂଲ୍ୟରେ ବାଲି ପାଇବେ, ବାଲି ଘାଟ ପାଇଁ ସ୍ଥାନୀୟ ଲୋକେ କେମିତି ରୋଜଗାର ପାଇବେ ତାକୁ ନେଇ ଚାଲିଥିଲା ଜନଶୁଣାଣି । ଏହି ଜନ ଶୁଣାଣିରେ ଯୋଗ ଦେଇଥିଲେ ଆଖପାଖ ୮ଟି ପଞ୍ଚାୟତର ପ୍ରାୟ ୫ଶହରୁ ଅଧିକ ଲୋକ । ଏମାନଙ୍କ ଭିତରୁ କିଛି ଲୋକ ବାଲି ଘାଟ ନିଲାମକୁ ବିରୋଧ କରିଥିବା ବେଳେ ଆଉ କିଛି ବାଲି ଖାଦାନ ଚାଲିବା ସପକ୍ଷରେ ମତ ରଖିଥିଲେ । ତେବେ ଏହା ଭିତରେ ବାଲିଘାଟ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଭିତରେ ପ୍ରଥମେ ଯୁକ୍ତିତର୍କ ଓ ପରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.