ଜାପାନ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

0

ଓଡ଼ିଆ ନ୍ୟୁଜ୍: ଜାପାନ ପ୍ରଧାନମନ୍ତ୍ରୀ ଇସିବା ଶିଗେରୁଙ୍କ ଇସ୍ତଫା।ଅପର୍ ହାଉସ୍ ନିର୍ବାଚନରେ ଶାସକ LDPର ପରାଜୟ ପାଇଁ ଇସ୍ତଫା।LPDରେ ବିଭାଜନ ଆଶଙ୍କା କରି ସଭାପତି ପଦରୁ ମଧ୍ୟ ଓହରିଲେ।ଗତବର୍ଷ ଅକ୍ଚୋବରରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଶିଗେରୁ। ତାଙ୍କ ନିଜ ଦଳ ଭିତରେ ବଢ଼ୁଥିବା ସମାଲୋଚନା ଏବଂ ଜୁଲାଇ ସଂସଦୀୟ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଦଳୀୟ ନେତାମାନେ ତାଙ୍କୁ ରାଜନୈତିକ ଦାୟିତ୍ୱ ନେବାକୁ ଦାବି କରିଥିଲେ।

ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବରରେ ଇଶିବା ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ତଥାପି ଗତ ଗୋଟିଏ ମାସ ଧରି, ସେ ଇସ୍ତଫା ଦେବା ପାଇଁ ଦଳର ଦକ୍ଷିଣ ପକ୍ଷର ଚାପର ସମ୍ମୁଖୀନ ହେଉଥିଲେ, କିନ୍ତୁ ସେ ଏହି ଦାବିକୁ ଲଗାତର ବିରୋଧ କରୁଥିଲେ।

Leave A Reply

Your email address will not be published.