ବଡଧରଣର ଅପରାଧକୁ ପଣ୍ଡ କଲା ଜଟଣୀ ପୋଲିସ, ୩ ଅପରାଧୀଙ୍କୁ ବାନ୍ଧି ଜବତ କଲା ପିସ୍ତଲ ଓ ଗୁଳି

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଜଟଣୀ ପୋଲିସର ତତ୍ପରତା ଯୋଗୁଁ ଏକ ବଡଧରଣର ଅପରାଧକୁ ପଣ୍ଡ କରାଯାଇପାରିଛି। ୩ ଅପରାଧୀଙ୍କୁ ଧରିଛି ପୋଲିସ ।ସେମାନଙ୍କ ନିକଟରୁ ୨ ଟି ପିସ୍ତଲ ଓ ଅଫୁଟା ଗୁଳି ଜବତ କରିଛି। ଗିରଫ ୩ ଜଣଙ୍କର ଅନେକ ଅପରାଧରେ ସମ୍ପୃକ୍ତି ଥିବା ପୋଲିସ ଜାଣିପାରିଛି।

ଗତକାଲି ଜଟଣୀ ପୋଲିସ ଖବର ପାଇଥିଲା ଯେ ୨ ଜଣ ମୋଟର ସାଇକେଲରେ ବନ୍ଧୁକ ଧରି ଆସୁଛନ୍ତି। ଆଗରୁ ପ୍ରସ୍ତୁତ ଥିବା ପୋଲିସ ବିକ୍ରମ ଓ ଦୀପକକୁ କାବୁ କରିଥିଲା। ପଚରାଉଚୁରାରୁ ଜଣା ପଡିଲା ଯେ ସନ୍ତୋଷ ମାର୍ଥା ଏମାନଙ୍କୁ ଡକାଇଥିଲା। ପରେ ପୋଲିସ ସନ୍ତୋଷକୁ ଧରିଥିଲା।  ତା ପାଖରୁ ବନ୍ଧୁକ ଓ ଅଫୁଟା ଗୁଳି ଜବତ ହୋଇଛି। ପୋଲିସ ତଦନ୍ତରୁ ଜଣାପଡ଼ିଛି ବିକ୍ରମ ଓ ଦୀପକଙ୍କ ନାଁରେ ରାଜନଗର ଥାନାରେ ୨୦୧୯ ର କିଶୋର ସେଠି ହତ୍ୟା ମାମଲାରେ ମାମଲା ରହିଛି।

gun

ସେମାନଙ୍କୁ କେନ୍ଦ୍ରାପଡା ପୋଲିସ ଖୋଜୁଛି। ଏହି ୨ଜଣଙ୍କୁ କେନ୍ଦ୍ରାପଡା ପୋଲିସ ରିମାଣ୍ଡରେ ନେବ। ସେହିଭଳି ସନ୍ତୋଷ ମାର୍ଥାର ମଧ୍ୟ ସହିଦ ନଗର ସମେତ ବିଭିନ୍ନ ଥାନାରେ ମାମଲା ରହିଛି। ଏମାନେ ଜଣେ ବ୍ୟବସାୟୀଙ୍କୁ ଧମକାଇବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଏହି ୩ ଜଣଙ୍କ ସହ ଆଉ କିଏ ରହିଛନ୍ତି ସେ ନେଇ ଖୋଲତାଡ଼ କରୁଛି ପୋଲିସ। ସେହିପରି ଆଉ କାହାକୁ ଟାର୍ଗେଟ କରୁଥିଲେ ଏମାନେ ତାହା ମଧ୍ୟ ତଦନ୍ତ ଚାଲିଛି।

Leave A Reply

Your email address will not be published.