ଶପଥ ନେଲେ ଜୟ ଢୋଲକିଆ

0

ଓଡ଼ିଆ ନ୍ୟୁଜ୍: ବିଧାନସଭାରେ ପହଞ୍ଚି ଶପଥ ନେଲେ ଜୟ ଢୋଲକିଆ।ବିଦ୍ଧବଦ୍ଧ ଭାବେ ଶପଥ ପାଠ କରାଇଲେ ବାଚସ୍ପତି ସୁରମା ପାଢୀ।ନୂଆପଡ଼ାର ନବ ନିର୍ବାଚିତ ବିଧାୟକ ଜୟ।ବାପାଙ୍କ ଜନ୍ମ ଦିନରେ ବିଧାୟକ ଭାବେ ଶପଥ ନେଲେ ଜୟ। ମା’ ଓ ସ୍ତ୍ରୀଙ୍କ ସହ ଆସି ନୂଆ ବିଧାୟକ ଭାବେ ଶପଥ ନେଇଛନ୍ତି।

ଜଣେ ସାଧାରଣ ବିଧାୟକ ଭାବେ ଜୟଙ୍କୁ ମାସିକ ଦରମାରେ ତାଙ୍କ ବେତନ ସହ ଅନ୍ୟାନ୍ୟ ଆନୁଷାଙ୍ଗିକ ଭତ୍ତା ମିଳିବ। ଓଡ଼ିଶାରେ ବିଧାୟକଙ୍କ ମୂଳ ଦରମା ୩୫,୦୦୦ ଟଙ୍କା ରହିଛି। ତେବେ ଅନ୍ୟାନ୍ୟ ଭତ୍ତା (ବିଧାନ ମଣ୍ଡଳ ଭତ୍ତା, ଅଫିସ ଖର୍ଚ୍ଚ, ଫୋନ-ଇଣ୍ଟରନେଟ ଭତ୍ତା) ବାବଦକୁ ମାସକୁ ଆହୁରି ଅତିରିକ୍ତ ୬୫,୦୦୦ ଟଙ୍କା ସହାୟତା ରାଶି ମିଳିଥାଏ ।

ଏହା ବ୍ୟତୀତ ବିଧାନସଭା ସେସନ ସମୟରେ ବିଧାୟକଙ୍କୁ ପ୍ରତିଦିନ ୧୫୦୦ ଟଙ୍କା ଡେଲି ଆଲାଉନ୍ସ ମିଳିଥାଏ। ଏହାଛଡା ବିଧାୟକଙ୍କ ପାଇଁ ରାଜ୍ୟ ଭିତରେ ଯାତ୍ରା ଖର୍ଚ୍ଚ ଓ ମେଡିକାଲ ସୁବିଧା ମଧ୍ୟ ଉପଲବ୍ଧ ରହିଛି।

Leave A Reply

Your email address will not be published.