ଝାରସୁଗୁଡ଼ା ସବୁଠୁ ଥଣ୍ଡା

0

ଓଡ଼ିଆ ନ୍ୟୁଜ୍: ଖସୁଛି ପାରଦ; ସକାଳ ୫ଟା ୩୦ରେ ଝାରସୁଗୁଡ଼ା ସବୁଠୁ ଥଣ୍ଡା। ୧୧ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର।ଶନିବାର ରାତିରେ ପାରଦ ୫.୮ ଡିଗ୍ରୀ ଥିବା ବେଳେ ରବିବାର ୫.୪ ଡିଗ୍ରୀକୁ ଖସିଛି । ସେମିଳିଗୁଡ଼ାରେ ପାରଦ ୬.୧ ଡିଗ୍ରୀ ରହିଥିଲା । ଦାରିଙ୍ଗିବାଡ଼ିରେ ୭ ଡିଗ୍ରୀ ଓ ଫୁଲବାଣୀରେ ରାତି ତାପମାତ୍ରା ୮ ଡିଗ୍ରୀ ରହିଥିଲା । ୬ଟି ସହର ୧୦ ଡିଗ୍ରୀ ବା ଏହାଠାରୁ କମ୍ ରେକର୍ଡ ହୋଇଛି । ୧୪ଟି ସହର ୧୨ ଡିଗ୍ରୀ ତଳେ ରହିଛି । ଝାରସୁଗୁଡ଼ାରେ ପ୍ରବଳ ଶୀତ ଅନୁଭୂତ ହେଉଛି ।

ଏଠାରେ ପାରଦ ୯.୮ ଡିଗ୍ରୀ ରେକର୍ଡ ହୋଇଛି । ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୬.୭ ଡିଗ୍ରୀ କମ୍ ରହିଥିଲା । ରାଉରକେଲାରେ ୧୦ ଡିଗ୍ରୀ, ଅନୁଗୁଳରେ ୧୦.୨, ଚିପିଲିମାରେ ୧୦.୨, କୋରାପୁଟରେ ୧୦.୮, କେନ୍ଦୁଝରରେ ୧୧, କିରେଇରେ ୧୧, ଭବାନୀପାଟଣାରେ ୧୧, ନବରଙ୍ଗପୁରରେ ୧୧.୫, ସୁନ୍ଦରଗଡ଼ରେ ୧୧.୮, ଢେଙ୍କାନାଳରେ ୧୨, ବଲାଙ୍ଗିରରେ ୧୨.୫ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ରାତି ତାପମାତ୍ରା ୧୨.୯ ଡିଗ୍ରୀ ୨୫ ବର୍ଷର ରେକର୍ଡ ଭାଙ୍ଗିଛି ।

Leave A Reply

Your email address will not be published.