ବିଜେପି ଛାଡ଼ିଲେ ଜୀବନ ପ୍ରଦୀପ

0

ଓଡ଼ିଆ ନ୍ୟୁଜ୍: ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ବିଜେପିରେ ସାମିଲ୍ ହେବା ପରେ ଦେଲେ ଇସ୍ତଫା।ପ୍ରେସମିଟ୍‌ରେ ଇସ୍ତଫାର କାରଣ କହିଲେ ଜୀବନ ପ୍ରଦୀପ। ‘ମୂଲ୍ୟବୋଧଯୁକ୍ତ ରାଜନୀତି ବିଚାରଠାରୁ ଦୂରେଇ ଯାଇଛି ବିଜେପି’। ‘ନଚେତ୍‌ ଚିଟ୍‌ଫଣ୍ଡ ଅଭିଯୁକ୍ତକୁ ବିଜେପିରେ କିପରି ସାମିଲ୍‌ କରାଗଲା’।’ଜଣେ ଅଭିଯୁକ୍ତକୁ ଆଣି ଦଳରେ ସାମିଲ୍ କରିବା ରାଜ୍ୟ ବିଜେପିରେ ପ୍ରଥମ’।୨୦୨୪ରେ କ୍ଷମତାକୁ ଆସିବା ପରେ ବିଜେପିର ନୈତିକ ପତନ ହୋଇଛି।ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ କୌଣସି ନିଷ୍ପତ୍ତି ନେଇନି।

ପୂର୍ବରୁ ବିଜେପି ଛାଡି ବିଜେଡିରେ ମିଶିଥିଲେ ଜୀବନ ପ୍ରଦୀପ । ପୁଣି ବିଜେଡି ଛାଡି ଘର ବାହୁଡ଼ା ହୋଇଥିଲେ । ଏବେ ପୁଣି ବିଜେପିରୁ ଇସ୍ତଫା ଦେଇଛନ୍ତି ଜୀବନ ପ୍ରଦୀପ । ତେବେ ରବୀନ୍ଦ୍ର ଜେନା ଦଳରେ ମିଶିବା ପରେ ସେ ଅସନ୍ତୋଷ ରହିଥିବା ଚର୍ଚ୍ଚା ହେଉଥିଲା । ଏହାକୁ ନେଇ ସେ ବିଜେପି ଛାଡ଼ିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ।

Leave A Reply

Your email address will not be published.