ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୂର୍ଯ୍ୟ ଅଧ୍ୟୟନ ପାଇଁ ଭାରତର ପ୍ରଥମ ମିଶନ ଆଦିତ୍ୟ- L1 ଜାନୁଆରୀ 2024 ର ପ୍ରଥମ ସପ୍ତାହରେ ଲାଗ୍ରେଞ୍ଜ ପଏଣ୍ଟ 1 (L1) ରେ ପହଞ୍ଚିବ ବୋଲି ଭାରତର ରାଜ୍ୟ ମନ୍ତ୍ରୀ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଜିତେନ୍ଦ୍ର ସିଂ କହିଛନ୍ତି। ଏହି ବର୍ଷ ଫେବୃଆରୀରେ ଭାରତୀୟ ମହାକାଶ ଗବେଷଣା ସଂଗଠନ ଦ୍ୱାରା ଆଦିତ୍ୟ- L1 ମିଶନ ଆରମ୍ଭ କରାଯାଇଥିଲା |
ଏହା ସହିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆସନ୍ତା ବର୍ଷ ମାନବ ମିଶନ ଗଗନଯାନ ସହିତ ଅନେକ ପରୀକ୍ଷଣ କରିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ମନ୍ତ୍ରୀ କହିଛନ୍ତି, “ମହାକାଶ ପ୍ରଯୁକ୍ତିବିଦ୍ୟାର ବିକାଶ ପରେ ଦେଶର ଜନତା ଚନ୍ଦ୍ରଯାନ-3 ଏବଂ ଆଦିତ୍ୟ ଏଲ-1 ଭଳି ମହାକାଶ ଗବେଷଣା ସଫଳତାକୁ ଦେଖିବାରେ ସକ୍ଷମ ହୋଇଥିଲେ । ପ୍ରଥମ ସୌର ମିଶନ ଆଦିତ୍ୟ ଏଲ-1ର ଉତକ୍ଷେପଣ ଦେଖିବା ପାଇଁ 10 ହଜାରରୁ ଅଧିକ ସାଧାରଣ ଲୋକ ଉପସ୍ଥିତ ରହିଥିବା ବେଳେ ଭାରତର ପ୍ରଥମ ମୁନ୍ ମିଶନ ଚନ୍ଦ୍ରଯାନ-3ର ଉତକ୍ଷେପଣ ସମୟରେ 1000 ଗଣମାଧ୍ୟମ ପ୍ରତିନିଧୀ ଉପସ୍ଥିତ ରହିଥିଲେ ।
ଏହାସହ ଚଳିତ ଆର୍ଥିକ ବର୍ଷର ଶେଷ 9ମାସ ଅର୍ଥାତ ଏପ୍ରିଲରୁ ଡିସେମ୍ବର ମାସ ସୁଦ୍ଧା ଭାରତ ସ୍ପେସ୍ ଷ୍ଟାର୍ଟଅପରେ 1000 କୋଟିରୁ ଅଧିକ ନିବେଶ ହୋଇଛି।” ଷ୍ଟାର୍ଟଅପକୁ ନେଇ କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “4 ବର୍ଷ ପୂର୍ବେ ଅନ୍ତରୀକ୍ଷ କ୍ଷେତ୍ରରେ କେବଳ ଗୋଟିଏ ଷ୍ଟାର୍ଟଅପ୍ ରହିଥିଲା । କିନ୍ତୁ ଏହି କ୍ଷେତ୍ର ଖୋଲିବା ପରେ ଆମର ବର୍ତ୍ତମାନ 190ଟି ବେସରକାରୀ ଷ୍ଟାର୍ଟଅପ୍ ରହିଛି। ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମ ବହୁ ବିଳମ୍ବରେ ଆରମ୍ଭ ହୋଇଥିଲା । ସେହି ସମୟରେ ଅନ୍ତରୀକ୍ଷ କ୍ଷେତ୍ରରେ ଅଗ୍ରଣୀ ଦେଶଗୁଡ଼ିକ ଚନ୍ଦ୍ରରେ ପହଞ୍ଚିବା ପାଇଁ ଅଗ୍ରସର ହୋଇ ସାରିଥିଲେ। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ପ୍ରଥମ ଦେଶ ଭାବେ ପରିଗଣିତ ହେଲା ଭାରତ।