ଦେଶରେ ରୋଜଗାର ମେଳା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ଜରିଆରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନୂତନ ଭାବେ ଚାକିରି ପାଇଥିବା ୫୧ ହଜାରରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତଙ୍କୁ ଉଦ୍‌ବୋଧନ ଦେବେ। ଦେଶର ୩୭ଟି ସ୍ଥାନରେ ଏହି ରୋଜଗାର ମେଳା ଅନୁଷ୍ଠିତ ହେବ। ଦେଶର ୩୭ଟି ସ୍ଥାନରେ ରୋଜଗାର ମେଳା ଆୟୋଜିତ ହେଉଛି ।

ପ୍ରାୟ ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତି ପତ୍ର ପ୍ରଦାନ କରିବେ । ନଭେମ୍ବର ୩୦ ତାରିଖରେ ଅପରାହ୍ଣ ୪ଟାରେ ଏହି କାର୍ଯ୍ୟକ୍ରମ ହେବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏମ୍ ମୋଦି ଏଥିରେ ସାମିଲ୍ ହୋଇ ଚୟନ ଆଶାୟୀଙ୍କୁ ସମ୍ବୋଧିତ କରିବେ । ସାରା ଦେଶରେ ୧୦ଲକ୍ଷ ଯୁବକଯୁବତୀଙ୍କୁ ସରକାରୀ ସ୍ଥରରେ ନିଯୁକ୍ତି ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏଥିରେ ମହିଳା, ଦିବ୍ୟାଙ୍ଗଜନ ଏବଂ ଅଭିଳାଷୀ ଜିଲ୍ଲାର ପ୍ରାର୍ଥୀମାନେ ବିଶେଷ ଲାଭ ପାଉଛନ୍ତି । ପିଏମୋର ସୂଚନା ମୁତାବକ, ଚୟନ ହୋଇଥିବା ଚାକିରି ଆଶାୟୀଙ୍କୁ ରାଜସ୍ବ ବିଭାଗ, ଅର୍ଥନୀତି ସେବା ବିଭାଗ, ଅଡିଟ୍ ଆଣ୍ଡ୍ ଆକାଉଣ୍ଟସ୍, ପୋଷ୍ଟାଲ୍, ସ୍କୁଲ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରାଳୟ ଏହା ସହିତ ବିଭିନ୍ନ ମନ୍ତ୍ରାଳୟରେ ନିଯୁକ୍ତି ଦିଆଯିବ ।

ସେହିପରି ସ୍ବାସ୍ଥ୍ୟସେବା ଏବଂ ପରିବାର କଲ୍ୟାଣ ବିଭାଗ, ପାନୀୟ ଜଳ ଓ ପ୍ରଶିକ୍ଷଣ ବିଭାଗରେ ମଧ୍ୟ ନିଯୁକ୍ତି ଦିଆଯିବ । ଗତ ବର୍ଷ ଅକ୍ଟୋବରରେ ପ୍ରଥମ ରୋଜଗାର ମେଳାରେ ପିଏମ୍ ମୋଦି ନିଯୁକ୍ତିପତ୍ର ବାଣ୍ଟିଥିଲେ । ସ୍ବତନ୍ତ୍ର ଅନଲାଇନ ପ୍ରଣାଳୀରେ ଖାଲି ପଦବୀ ଏବଂ ନିଯୁକ୍ତି ପ୍ରକ୍ରିୟାର ନିରନ୍ତର ନିରୀକ୍ଷଣ କରାଯାଉଛି । ଏଥିରେ ମହିଳା, ଭିନ୍ନକ୍ଷମ ଏବଂ ଅଶାୟୀ ଜିଲ୍ଲାଗୁଡ଼ିକର ପ୍ରାର୍ଥୀଙ୍କୁ ବିଶେଷ ସୂଚନା ମିଳୁଛି । ସମସ୍ତ ନିଯୁକ୍ତି ପ୍ରକ୍ରିୟା ୟୁପିଏସସି, ଏସଏସସି, ରେଲଓ୍ବେ ନିଯୁକ୍ତି ବୋର୍ଡ, ଆଇବିପିଏସ୍ ଭଳି

Leave A Reply

Your email address will not be published.