ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜୁଏଲ ଓରାମ

0

ଓଡ଼ିଆ ନ୍ୟୁଜ୍: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ।୩ଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଆଲୋଚନା କଲେ। ରାଉରକେଲା ବିମାନବନ୍ଦର ଓ ଷ୍ଟିଲ୍ ପ୍ଲାଣ୍ଟ ସଂପ୍ରସାରଣ ସମ୍ପର୍କରେ ଆଲୋଚନା।୨୧ରେ ରଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ସମ୍ପର୍କରେ କଲେ ଆଲୋଚନା।ସେହିପରି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସଂପ୍ରାସରଣ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହା ସହ ୨୧ ତାରିଖରେ ମହାମହିମ ରାଷ୍ଟ୍ରପତିଙ୍କ ରାଉରେକଲା ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଅନ୍ୟପଟେ ଉଚ୍ଚ ଶିକ୍ଷାରେ ଏସସି ଏସଟି ଓ ପଛୁଆ ବର୍ଗଙ୍କୁ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜୁଏଲ ।ସୂଚନା ଥାଉକି, ଗତ କିଛିଦିନ ହେବ ଜୁଏଲ ଓରାମ୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହଁଛିଲେ । ମୁଖ୍ୟମନ୍ତ୍ରୀ ସୁଯୋଗ ଦେବା ପରେ ଆଜି ଭେଟ୍ଘାଟ ହୋଇଥିଲା । ଏହା ପରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବି ହୋଇଛି ।

 

Leave A Reply

Your email address will not be published.