ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଫେରା ରାଇଜରେ ଜୁନିୟର ମେହମୁଦ । ୬୭ ବର୍ଷ ବୟସରେ ଆଖିବୁଜିଲେ ଭେଟେରାନ୍ ହାସ୍ୟ ଅଭିନେତା । ତାଙ୍କର ପତ୍ନୀ ଓ ଦୁଇଟି ପୁଅ ଅଛନ୍ତି । ଆଜି ସାଟାଂ କ୍ରୁଜ ଶ୍ମଶାନରେ ତାଙ୍କର ଅନ୍ତେଷ୍ଟି କ୍ରିୟା କରାଯିବ ବୋଲି ସୂଚନା ମିଳିଛି ।
ତାଙ୍କର ପୂରାନାମ ଥିଲା ନଇମ ସୟେଦ । ସେ ୭ଟି ଭାଷାରେ ୨୬୦ ରୁ ଉର୍ଦ୍ଧ ଫିଲ୍ମରେ ନିଜର ଅଭିନୟର ଯାଦୁ ଛାଡିଛନ୍ତି । ୭୦ ଦଶକରେ ନିଜର ଅଭିନୟ ଓ କମେଡି ଦ୍ୱାରା ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରିଥିଲେ ଜୁନିୟର ମେହମୁଦ । ସେ ବ୍ରହ୍ମଚାରୀ , କଟିପତଙ୍ଗ, ହରେ ରାମା ହରେ କ୍ରିଷ୍ଣା , ଗୀତ ଗାତା ଚଲ , କାରୱା , ହାତୀ ମେରେ ସାଥୀ, ମେରା ନାମ ଜୋକର, ଆଜକା ଅର୍ଜୁନ , ଗୁରୁ ଦେବ ଓ ଜୁଦାଇ ଆଦି ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ । ଦୀର୍ଘ ଦିନ ଧରି ଷ୍ଟୋମାକ କ୍ୟାନ୍ସସରେ ପୀଡିତ ଥିଲେ ଜୁନିୟର ମେହମୁଦ ।
କ୍ୟାନସରର ଚତୁର୍ଥ ପର୍ଯ୍ୟୟରେ ଥିବା ଜୁନିୟର ମେହମୁଦ ୪୦ ରୁ ଅଧିକ ଦିନ ବଚିଂପାରିବେ ନାହିଁ ବୋଲି ଡାକ୍ତର କହିସାରିଥିଲେ । ଅସୁସ୍ଥତା ଖବର ପାଇବା ପରେ ଭେଟେରାନ୍ ଅଭିନେତା ଜିତେନ୍ଦ୍ର, ତାରକା କମେଡିଆନ୍ ଜନି ଲିଭର ଓ ସଚିନ ପିଲଗାଁଓକର ତାଙ୍କୁ ଭେଟିଥିଲେ । କିନ୍ତୁ ଆଜି ନିଜ ବାସ ଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମହବତ ଜିନେ୍ଦଗୀହେ ରୁ କ୍ୟାରିୟର ଆରମ୍ଭ କରିଥିଲେ ଜୁନିୟର ମେହମୁଦ ଶେଷ ଫିଲ୍ମ ଥିଲା ଜାନା ପେହେଚାନା ।