ଅଖିମୁଠି ଅନୁକୂଳ କଲେ କୃଷି ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଆଜି ପବିତ୍ର ଅକ୍ଷୟ ତୃତୀୟରେ ମୁଖ୍ୟମନ୍ତ୍ରୀଙ୍କ ଅଖିମୁଠି ଅନୁକୂଳ । ଭୁବନେଶ୍ୱର ଓୟୁଏଟି ଫାର୍ମରେ ମୁଖ୍ୟମନ୍ତ୍ରୀ ହଳ କରି ଧାନ ବୁଣିଛନ୍ତି। ଲଙ୍ଗଳ ଧରି ହଳ କଲେ, ଚାଷୀ ଭଳି ବିହନ ବୁଣିଲେ ମୁଖ୍ୟମନ୍ତ୍ରୀ । ସରକାରଙ୍କ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ କୃଷକ ଦିବସ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ସେପଟେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସ୍ତରୀୟ କୃଷକ ଦିବସ ଉତ୍ସବ ପାଳନ ଅବସର‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ କିଷାନର ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରିଛନ୍ତି । ୫୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ୧ ହଜାର କୋଟି ଟଙ୍କାର ସହାୟତା ରାଶି ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ଓୟୁଏଟିର ଶୈକ୍ଷିକ କୃଷି ଫାର୍ମ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବୋଧନ ଦେଇ କହିଛନ୍ତି , ସରକାର ସବୁ ବେଳେ ଚାଷୀଙ୍କ ହିତସାଧନ ଲାଗି ପ୍ରୟାସରତ ।

ଅକ୍ଷୟ ତୃତୀୟା ଉପଲକ୍ଷେ ଅଖି ମୁଠି ଅନୁକୂଳ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନାମମାତ୍ର, କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କ ଖାତାକୁ ସିଏମ କିଷାନ ଟଙ୍କା ପଠାଇଛନ୍ତି । ଏକ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯାଇଛି । ଗୋଟିଏ କ୍ଲିକରେ ୫୦ ଲକ୍ଷ ୧୬ ହଜାର ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୦୨୫ କୋଟି ଟଙ୍କା ।

 

Leave A Reply

Your email address will not be published.