ଆଳୁ ଏବଂ ଡାଲିରେ ଆତ୍ମନିର୍ଭର ହେବ ଓଡ଼ିଶା: କେଭି ସିଂଦେଓ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ରବି କ୍ୟାମ୍ପେନ୍ ଆରମ୍ଭ କଲା କୃଷି ବିଭାଗ। ଡାଲି ଓ ତୈଳବିଜ ଚାଷ ପାଇଁ ରବି କ୍ୟାମ୍ପେନ କାର୍ଯ୍ୟକ୍ରମ।ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା।’ଆଳୁ ଏବଂ ଡାଲିରେ ଆତ୍ମନିର୍ଭର ହେବ ଓଡ଼ିଶା’।ପଶ୍ଚିମବଙ୍ଗ ଆଉ ନାଲି ଆଖି ଦେଖାଇ ପାରିବନି’।’ଆଳୁ ଚାଷ ପାଇଁ ୩ ଲକ୍ଷ ମେଟ୍ରିକ ଟନ୍‌ ବିହନ ଯୋଗାଇ ଦିଆଯାଇଛି’। ୧୩ ଶୀତଳ ଭଣ୍ଡାର କାମ ମଧ୍ୟ ଆରମ୍ଭ ହୋଇଛି।

ଆଜି ଲୋକସେବା ଭବନରେ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଘନ କୃଷି କାର୍ଯ୍ୟକ୍ରମ ବୈଠକରେ ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ରାଜ୍ୟରେ କ୍ଲଷ୍ଟର ପଦ୍ଧତି ମାଧ୍ୟମରେ ହରଡ଼, କଳା ଚଣା ଏବଂ ଅନ୍ୟାନ୍ୟ ଡାଲି ଚାଷକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ICRISAT ଦ୍ୱାରା ବିକଶିତ ଏକ ନୂତନ ହରଡ଼ ପ୍ରଜାତି ICPV25444 ଉପରେ ଆଲୋଚନା କରାଯାଇଥିଲା, ଯାହାର ବିଶେଷତ୍ଵ ହେଲା, ଏହା ଯେକୌଣସି ଋତୁରେ ଚାଷ କରାଯାଇପାରିବ। ଏହା ୪୫° ସେଲସିୟସ୍ ପର୍ଯ୍ୟନ୍ତ ତୀବ୍ର ଗରମ ସହନ କରିବାର କ୍ଷମତା ରହିଛି। ୧୨୦ ଦିନ ମଧ୍ୟରେ ଉଚ୍ଚ ଅମଳକ୍ଷମ ଉତ୍ପାଦନ ଦେଇପାରିବ।ଉପ-ମୁଖ୍ୟମନ୍ତ୍ରୀ ଏହି ନୂତନ କିସମ ସହିତ ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ୍ ଦ୍ୱାରା ପୁନରୁଦ୍ଧାର କରାଯାଉଥିବା ଡଙ୍ଗରରାଣୀ ଏବଂ କାନ୍ଦୁଲ ଭଳି ପାରମ୍ପରିକ ଓ ବିଲୁପ୍ତପ୍ରାୟ କିସମଗୁଡ଼ିକୁ ମଧ୍ୟ ଚାଷ କରିବାକୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.