ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ। କଳାହାଣ୍ଡି ଭାଗବତ ଭୂଷଣ ବେହେରାଙ୍କ ଘରେ ରେଡ୍।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍।ଭବାନୀପାଟଣା ରେଞ୍ଜର ଭଟାଙ୍ଗପଦର ସେକ୍ସନର ଫରେଷ୍ଟର।ଭବାନୀପାଟଣା ଘର, ଅଫିସ ଓ ପୈତୃକ ଘରେ ରେଡ୍। ଭବାନୀପାଟଣା ରେଞ୍ଜ ଭଟାଙ୍ଗପଦର ସେକ୍ସନ ଦାୟିତ୍ଵରେ ଅଛନ୍ତି ବାବୁ । ସକାଳ ୬ଟାରୁ ଏକକାଳୀନ ରେଡ୍‌ କରୁଛି ଭିଜିଲାନ୍ସର ୩ଟି ଟିମ୍ । ଦେଉଣ୍ଡି ଗାଁ ପୈତୃକ ଘର, ଭବାନୀପାଟଣା ସ୍ଥିତ ବାସଭବନରେ ରେଡ୍ । ଭଟାଙ୍ଗପଦର ସ୍ଥିତ କାର୍ୟ୍ୟାଳୟରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ଭାବନୀପାଟଣା ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶ କ୍ରମେ ଏହି ରେଡ୍ ଚାଲିଛି ।

ସୂଚନା ଅନୁସାରେ ଭବାନୀପାଟଣା ହିଲ୍ ଟାଉନ୍‌ରେ ଫରେଷ୍ଟରଙ୍କ ଗୋଟିଏ ତିନି ମହଲା କୋଠା ରହିଛି । ସେହିପରି ଜୁନାଗଡ଼ ଥାନା ଅନ୍ତର୍ଗତ ଦେଉଣ୍ଡି ଗାଁରେ ଥିବା ପୈତୃକ ବାସ ଭବନ ଏବଂ ଭଟାଙ୍ଗପଦର ସେକ୍ସନ ସ୍ଥିତ ଫରେଷ୍ଟରଙ୍କ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ଏଥିରେ ୪ଜଣ ଡିଏସପି, ୭ଜଣ ଇନ୍ସପେକ୍ଟର, ୪ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ୍ ରହିଛନ୍ତି।

Leave A Reply

Your email address will not be published.