ଉତ୍କଳ ହସ୍ପିଟାଲର ସିଇଓ ଡକ୍ଟର ଆଲୋକ ଲୋଧଙ୍କୁ ଓଡ଼ିଶା ଛାଡ଼ିବାକୁ ଦାବି କଲା କଳିଙ୍ଗ ସେନା, କ୍ୟାପିଟାଲ ଥାନାରେ ଦେଲା ଏତଲା
ଓଡିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ଵାଭିମାନ, ଓଡ଼ିଶାର ସଂସ୍କୃତି, ପରମ୍ପରା ସର୍ବୋପରି ଓଡ଼ିଶାର ଅସ୍ଥିତ ଏବଂ ୂଓଡ଼ିଆଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି, ସର୍ବସାଧାରଣରେ ଓଡ଼ିଆଙ୍କୁ ନ୍ୟୁନ କରିଥିବା ଅଣ ଓଡ଼ିଆ ଉତ୍କଳ ହସ୍ପିଟାଲର ସିଇଓ ତଥା ମୁଖ୍ୟ କାର୍ଯ୍ୟର୍ନବାହୀ ଡକ୍ଟର ଆଲୋକ ଲୋଧ ତୁରନ୍ତ ଓଡ଼ିଶା ଛାଡ଼ିବାକୁ କଳିଙ୍ଗ ସେନା ଚେତାବନୀ ଦେଇଛି। ଓଡ଼ିଶାରେ ରହି, ଓଡ଼ିଶାର ପାଣି, ପବନ, ଖାଦ୍ୟଶସ୍ୟ ଆହରଣ କରି ପୁଣି ଓଡ଼ିଶାରୁ ଟଙ୍କା ରୋଜଗାର କରି ଜୀବୀକା ର୍ନବାହ କରିବାର ନୈତିକ ଅଧିକାର ତାଙ୍କର ନାହିଁ । କାରଣ ଓଡ଼ିଆଙ୍କ ଦକ୍ଷତାକୁ ମାପି ନଜାଣି, ସର୍ବସାଧାରଣରେ ସେମାନଙ୍କୁ ନ୍ୟୁନ କରିଦେବା ଆଦୌ ଗ୍ରହଣୀୟ ନୁହେଁ ବୋଲି କଳିଙ୍ଗ ସେନାର ସୁପ୍ରିମୋ ହେମନ୍ତ ରଥ ଗଣମାଧ୍ୟମକୁ କହିଛନ୍ତି ।
ପ୍ରକାଶ ଥାଉକି, ଉତ୍କଳ ହସ୍ପିଟାଲ ପକ୍ଷରୁ ଏକ ନିଯୁକ୍ତି ବିଜ୍ଞପ୍ତି ସୋସିଆଲ ସାଇଟରେ ଦେଖିବାକୁ ମିଳିଛି। ଡକ୍ଟର ଆଲୋକ ଲୋଧଙ୍କ ଆକାଉଣ୍ଟରେ ପ୍ରଦର୍ଶିତ ଏବଂ ତାଙ୍କ ଦ୍ବାରା ଅନୁମୋଦିତ ଏହି ବିଜ୍ଞପ୍ତିରେ ଉତ୍କଳ ହସ୍ପିଟାଲ ପାଇଁ ଜଣେ ଓପିଡି ମ୍ୟାନେଜରଙ୍କ ଆବଶ୍ୟକତା ଥିବା ଦର୍ଶାଯାଇଛି। ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ୫ ବର୍ଷରୁ ଉର୍ଦ୍ଧ୍ବ ଅଭିଜ୍ଞସମ୍ପନ୍ନ ଆବେଦନକାରୀ, ଓଡ଼ିଶା ବାହାରର ହୋଇଥିବେ ଏବଂ ସେ ଓଡ଼ିଶାର ବାସିନ୍ଦା ହୋଇ ନଥିବେ। ଏଭଳି ବିଜ୍ଞାପନ ସାଢ଼େ ୪ କୋଟି ଓଡ଼ିଆଙ୍କ ଅସ୍ମିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ଓଡ଼ିଆ ଲୋକ କେବେ ବି ବରଦାସ୍ତ କରିବେନି । କେଉଁ ମାନଦଣ୍ଡରେ ଡକ୍ଟର ଲୋଧା, ଓଡ଼ିଆଙ୍କ ଦକ୍ଷତା ମାପିଲେ ତାହା ସର୍ବସମ୍ମୁଖରେ ପ୍ରକାଶ କରନ୍ତୁ। ଏଭଳି ରୁଗ୍ଣ ମାନସିକତାର ଅଣ ଓଡ଼ିଆ ଡକ୍ଟର ଆଲୋକ ଲୋଧଙ୍କୁ ଉତ୍କଳ ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ପ୍ରକିରିରୁ ବହିଷ୍କାର କରନ୍ତୁ। କେବଳ ଡକ୍ଟର ଆଲୋକ ଲୋଧ ନୁହଁନ୍ତି, ଉତ୍କଳ ହସ୍ପିଟାଲରେ ରୁକିରି କରି ଓଡ଼ିଆ ଏବଂ ଓଡ଼ିଶା ବିରୋଧୀ ମାନସିକତା ରଖୁଥିବା ସମସ୍ତ ଅଣ-ଓଡ଼ିଆ କର୍ମଗୁରୀଙ୍କୁ ମଧ୍ୟ ବହିଷ୍କାର କରିବାକୁ କଳିଙ୍ଗ ସେନା ଦାବି କରିଛି।