ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ କଟକ କଣ୍ଟାପଡ଼ା ତହସିଲଦାର।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍।କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ରେଡ୍।କଟକ, ଭୁବନେଶ୍ବର, ପୁରୀ ଓ କେନ୍ଦ୍ରାପଡ଼ାରେ ରେଡ୍।
ସଭବନ ସମେତ ୭ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଚାଲିଛି ଚଢାଉ । ଏକାସାଙ୍ଗେ ୭ଟି ସ୍ଥାନରେ ଚଢାଉ କରୁଛି ପୋଲିସ । ଯେଉଁଥିରେ କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡ଼ା ଆଦି ସ୍ଥାନ ରହିଛି ।
ତେବେ ବର୍ତ୍ତମାନ ଯାଏଁ ଚଢାଉରେ କେତେ ପରିମାଣର ସଂପତ୍ତି ଜବତ ହୋଇଛି । ତାହା ସଂପର୍କରେ କୌଣସି ସୂଚନା ମିଳିନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ରହିଛି ।