ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ତେଜସ୍ୱୀ ସୁର୍ୟାଙ୍କ ନେତୃତ୍ୱରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଜୁଲାଇ ୨୫, ୨୦୨୨ରୁ କାରଗିଲ୍ ବିଜୟ ଦିବସ ଉପଲକ୍ଷେ ଦୁଇ ଦିନିଆ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଯାତ୍ରା ଶ୍ରୀନଗର ଲାଲଚୈାକଠାରୁ ଆରମ୍ଭ ହୋଇ କାରଗିଲ୍ରେ ଶେଷ ହେବ । ଜୁଲାଇ ୨୬ରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ସହିଦ୍ ସ୍ମାରକୀ ଦିବସକୁ କାରଗିଲ୍ ଯୁଦ୍ଧଭାବେ ପାଳନ କରିବ । ରାଜ୍ୟର ସବୁ ସହିଦମାନଙ୍କ ଘର ପ୍ରାଙ୍ଗଣରୁ ମାଟି ଆଣିବାକୁ ଶ୍ରୀ ସୁର୍ୟାଙ୍କ ସମସ୍ତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ସୁର୍ୟା କହିଛନ୍ତି, ୩୭୦ ରଦ୍ଦ ହେବା ପରେ କାଶ୍ମୀରରେ ବିଜେପିର ପ୍ରଥମ ସାଙ୍ଗଠନିକ କାର୍ଯ୍ୟକ୍ରମ ନେତୃତ୍ୱ ନେବା ଯୁବମୋର୍ଚ୍ଚା ପାଇଁ ଗର୍ବର ବିଷୟ । ବିଜୟ ଦିବସରେ ଏହି ଯାତ୍ରାରେ ସମଗ୍ର ଭାରତର ଯୁବମୋର୍ଚ୍ଚା କର୍ମୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ବାର୍ତା ଦେଶର ପ୍ରତ୍ୟେକ ନାଗରିକଙ୍କ ନିକଟରେ ପଂହଚିବ ।
ଏହି ପଦଯାତ୍ରାରେ ଯୁବ ମୋର୍ଚ୍ଚାର ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି ଉପସ୍ଥିତ ରହିବେ । ଶ୍ରୀନଗର ଲାଲଚୋକଠାରୁ ପତାକା ଉତୋଳନ କରି ବାଇକ ରାଲି କରିବେ । ଏହି ଯାତ୍ରାରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ, ଯୁବମୋର୍ଚ୍ଚା ପ୍ରଭାରୀ ତରୁଣ୍ ଚୁଗ୍ ମୁଖ୍ୟ ଅତିଥିଭାବେ ଯୋଗ ଦେବେ । ବହୁ ସାଂସଦ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏହି ବାଇକ ରାଲିରେ ଅଂଶ ଗ୍ରହଣ କରିବେ । ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ସହିଦ ସ୍ମାରକୀ ଶ୍ରଦ୍ଧାଞ୍ଜଳି ଦେବେ । ଆଜାଦି ଅମୃତ ମହୋତ୍ସବକୁ ୭୫ମିଟର ଲମ୍ବା ଭାରତୀୟ ଜାତୀୟ ପତାକା ଉନ୍ମୋଚନ କରିବେ । କାରଗିଲ ଯୁଦ୍ଧର ହିରୋ ଜେନେରାଲ ବିକେ ସିଂହ ମୁଖ୍ୟ ଅତିଥିରୂପେ ଉପସ୍ଥିତ ରହିବେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଧାରା ୩୭୦ ରଦ୍ଦ ହେବା ଏବଂ ଜାମ୍ମୁ-କାଶ୍ମୀରର ସାମ୍ବିଧାନିକ ଏକକୀକରଣ ପରେ ଏହା କାଶ୍ମୀରରେ ଐତିହାସିକ କାର୍ଯ୍ୟକ୍ରମ ହେବ । ଭାରତୀୟ ସେନାର ବିରତ୍ୱ ପାଳନ କରି ଏହି କାର୍ଯ୍ୟକ୍ରମ ସମଗ୍ର ଭାରତରେ ଏକତାର ବାର୍ତା ବିସ୍ତାର କରିବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଯୁବମୋର୍ଚ୍ଚା ସଭାପତି ଶ୍ରୀ ଇରାଶିଷ ଆଚାର୍ଯ୍ୟ, ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡ଼ଜେନା, ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ପ୍ରୀତେଶ ବହିଦାର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।
(ବିଜେପି ମିଡିଆ ସେଲ୍)