କାର୍ଗିଲ ଯୁଦ୍ଧ, ସହୀଦ ହୋଇଥିଲେ ୫୨୭ ଜଣ ଯବାନ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଭାରତ ଇତିହାସର ବୀରତ୍ୱର ଗାଥା ବଖାଣେ କାର୍ଗିଲ ଯୁଦ୍ଧ । ଦୀର୍ଘ ଦିନରେ ସଂଘର୍ଷ ପରେ ୧୯୯୯ ଜୁଲାଇ ୨୬ରେ କାର୍ଗିଲ ଶିଖରରେ ଉଡିଥିଲା ବିଜୟ ବାନା । ଆଜି ବି ସେ ଦିନ ମନେ ପଡିଲେ ପ୍ରତ୍ୟେକ ଭାରତୀୟ ଲୋମ ଟାଙ୍କୁରି ଉଠେ । ଏହିଦିନ ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତର ସୀମାରେ ପଶି ଦଖଲ କରିଥିବା ସମସ୍ତ ଘାଟିକୁ ପୁଣି ଥରେ ମୁକ୍ତ କରିଥିଲା ଭାରତୀୟ ସେନା । ଷାଠିଏ ଦିନ ଯାଏଁ ଚାଲିଥିଲା କାର୍ଗିଲ ଯୁଦ୍ଧର ଲଢେଇ । କାରଗିଲ ଯୁଦ୍ଧ ଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଚତୁର୍ଥ ଘୋଷିତ ଯୁଦ୍ଧ । ଏହି ଯୁଦ୍ଧରେ ସହିଦ ହୋଇଥିଲେ ୫୨୭ ଜଣ ଯବାନ ।
୩ ମେ ୧୯୯୯: କାର୍ଗିଲ ପାହାଡୀ ଅଞ୍ଚଳରେ ମେଷପାଳକ ପାକିସ୍ତାନୀ ସୈନିକ ଏବଂ ଆତଙ୍କୀଙ୍କୁ ଦେଖିଥିଲେ ।
୫ ମେ ୧୯୯୯: ଭାରତୀୟ ସେନାର ଯବାନ ସେଠାକୁ ଯାଇଥିଲେ । ପାକିସ୍ତାନୀ ସେନା ସହ ଲଢେଇ ମଧ୍ୟରେ ୫ ଜଣ ଭାରତୀୟ ଯବାନ ଶହୀଦ ହୋଇଯାଇଥିଲେ ।
୯ ମେ ୧୯୯୯: ପାକ୍ ସେନା ଭାରତୀୟ ସେନାର ଗୋଳାବାରୁଦ ଡିପୋକୁ ଟାର୍ଗେଟ କରି ଗୁଳିମାଡ କରିଥିଲେ ।
୧୦ ଜୁଲାଇ ୧୯୯୯: ପାକ୍ ସେନା ଏଲଓସି ପାର୍ କରି ଦ୍ରାସ ଏବଂ କାକସର ସେକ୍ଟର ସହ ଜମ୍ମୁ କାଶ୍ମୀର ଓ ଅନ୍ୟ ଅଞ୍ଚଳରେ ଅନୁପ୍ରବେଶ କରିଥିଲେ । ଏହି ଦିନ ଭାରତୀୟ ସେନା ଅପରେସନ ବିଜୟ ଆରମ୍ଭ କରିଥିଲେ । କିନ୍ତୁ ପାକିସ୍ତାନ ସେନା ଭାରତ ସୀମାରେ ଅନୁପ୍ରବେଶ କରିଥିବା କଥାକୁ ଅସ୍ବୀକାର କରିଥିଲେ ।
୨୬ ଜୁଲାଇ ୧୯୯୯: ଭାରତୀୟ ବାୟୁସେନା ଅପରେସନ ବିଜୟର ଅଂଶ ହୋଇଥିଲା । ଆକାଶ ମାର୍ଗକୁ ଆକ୍ରମଣ କରି ପାକ୍ ଅନୁପ୍ରବେଶକାରୀଙ୍କୁ ସଫା କରିବା ଆରମ୍ଭ କରିଥିଲା ।
୧ ଜୁନ ୧୯୯୯: ପାକିସ୍ତାନୀ ସେନା ନ୍ୟାସନାଲ ହାଇୱେ ୧କୁ ଟାର୍ଗେଟ କରି କରିଥିଲେ । ଫ୍ରାନ୍ସ ଓ ଆମେରିକା ଭାରତ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବା ନେଇ ପାକିସ୍ତାନକୁ ଦାୟୀ କରିଥିଲେ ।
୫ ଜୁନ ୧୯୯୯: ପାକିସ୍ତାନ ସେନା ଯୁଦ୍ଧରେ ସାମିଲ ହୋଇଥିବାର ପ୍ରମାଣ ସମଗ୍ର ବିଶ୍ବ ଆଗରେ ରଖିଥିଲା ଭାରତ ।
୧୩ ଜୁନ ୧୯୯୯: ପାକ୍ ସେନାଙ୍କୁ ମାତ୍ ଦେଇ ଭାରତୀୟ ସେନା ଟୋଲଲିଙ୍ଗ ଶିଖରରେ ପୁଣି କବ୍‌ଜା କରିଥିଲେ । ଭାରତର ତତ୍କଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କାର୍ଗିଲ ଗସ୍ତ କରିଥିଲେ ।
୨୦ ଜୁନ ୧୯୯୯: ଟାଇଗର ହିଲ ନିକଟ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳକୁ ଭାରତୀୟ ସେନା ନିଜ ଅକ୍ତିଆରକୁ ନେଇଥିଲା ।
୪ ଜୁଲାଇ ୧୯୯୯: ଭାରତୀୟ ସେନା ଟାଇଗଲ ହିଲ୍ କବ୍‌ଜା କରିଥିଲେ ।
୫ ଜୁଲାଇ ୧୯୯୯: ଅନ୍ତରାଷ୍ଟ୍ରୀୟ ଚାପ ଯୋଗୁଁ ପାକ୍ ପ୍ରଧାନମନ୍ତ୍ରୀ କାର୍ଗିଲରୁ ସେନା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଥିଲେ ।
୧୨ ଜୁଲାଇ ୧୯୯୯: ପାକିସ୍ତାନୀ ସୈନିକଙ୍କ ପଛକୁ ହଟିବା ପାଇଁ ବାଧ୍ୟ କରାଯାଇଥିଲା ।
୧୪ ଜୁଲାଇ ୧୯୯୯: ଅପରେସନ ବିଜୟ ସଫଳ ହୋଇଥିବା ଭାରତର ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।
୨୬ ଜୁଲାଇ ୧୯୯୯: ପାକିସ୍ତାନୀ ସେନା କବ୍‌ଜାରେ ଥିବା ସମସ୍ତ ଅଞ୍ଚଳକୁ ପୁଣି ନିଜ କବ୍‌ଜା ନେଇ ଭାରତ ଯୁଦ୍ଧ ବିଜୟୀ ହୋଇଥିଲା । ଶେଷରେ ୨ ମାସ ପରେ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡିଥିଲା ।

Leave A Reply

Your email address will not be published.