କର୍ମ କେବେ ଛୋଟ କିମ୍ବା କି ବଡ଼ ହୋଇନଥାଏ

ମୋଦୀଙ୍କ ମହାନତା କାର୍ଯ୍ୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଛତିଶଗଡର ରାୟପୁରରୁ ଏକ ଭିଡିଓରେ ଖୁବ୍ ଜୋରରେ ଭାଇରଲ ହେଉଛି ।ଛୋଟ ଛୋଟ କଥାକୁ ଆମେ ସବୁବେଳେ ଏଡାଇ ଦେଇଥାଉ । ଆଉ ଲୋକ ଉପରେ ନିର୍ଭରଶୀଳ ହେଇଯାଉ । ହେଲେ ଜାଣନ୍ତି କୁ ଏମିତି କାମ ବି ବେଶ ଚର୍ଚ୍ଚା ହୋଇଥାଏ । ଠିକ୍ ସେହିପରି ଛତିଶଗଡର ରାୟପୁରରେ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଞ୍ଚ ଉପରେ ଏକ ଟେବୁଲ ଘୁଞ୍ଚାଇବାରେ ସାହାଯ୍ୟ କରିଥିଲେ। ଡିସେମ୍ବର 13 ରେ ବୁଧବାର ଦିନ ରାୟପୁରରେ ଏକ କାର୍ଯ୍ୟକ୍ରମରେ ଆଦିବାସୀ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଷ୍ଣୁ ଦେ ସାଇ ଶପଥ ଗ୍ରହଣ କରିଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଅନ୍ୟ ରାଜ୍ୟର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ।

ଛତିଶଗଡର ନୂତନ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ସରଳତାର ଏକ ଉଦାହରଣ ଦେଇଛନ୍ତି। ଯେତେବେଳେ ପ୍ରଧାନମନ୍ତ୍ରୀ ମଞ୍ଚରେ ପହଞ୍ଚିଲେ, ରାଜ୍ୟପାଳଙ୍କୁ ଶପଥ ଗ୍ରହଣ କରିବାକୁ ପଡିଲା। ଟେବୁଲ ଉପରେ କୌଣସି ମାଇକ୍ ନଥିଲା | ତା’ପରେ ପ୍ରଧାନମନ୍ତ୍ରୀ ନିଜେ ଟେବୁଲକୁ ଘୁଞ୍ଚାଇଲେ। ପ୍ରଧାନମନ୍ତ୍ରୀଙ୍କୁ ଦେଖି ଜେପି ନାଡଡାଙ୍କ ସହ ଅନେକ ନେତା ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ।ରାୟପୁରର ସାଇନ୍ସ କଲେଜ ପଡିଆରେ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ତାଙ୍କୁ ଶପଥ ପାଠ କରାଇଥିଲେ। ଏହି ସମୟରେ ବିଜୟ ଶର୍ମା ଏବଂ ଅରୁଣ ସାଓ ମଧ୍ୟ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।

ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି। ଏଥିସହ ଶପଥ ଗ୍ରହଣ ସମାରୋହରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ମଧ୍ୟ ଉପସ୍ଥିତ ଥିଲେ। ଆଉ ବର୍ତ୍ତମାନ ଏଇ ଭିଡିଓ ଜୋର୍ ରେ ଭାଇରଲ ହେବାରେ ଲାଗିଛି ।

Leave A Reply

Your email address will not be published.