ଓଡ଼ିଆ ନ୍ୟୁଜ୍: ବେଙ୍ଗାଲୁରୁ ଦଳାଚକଟା ଘଟଣା ଅରସିବି ବିରୋଧରେ ମାମଲା। ଏହି ମାମଲାରେ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଆରସିବି ବିରୋଧରେ ଏଫଆଇଆର୍ ରୁଜୁ ହୋଇଛି । ଏହା ବ୍ୟତୀତ ଡିଏନଏ (ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନି), କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ ଓ ଅନ୍ୟାନଙ୍କ ବିରୋଧରେ ମଧ୍ୟ କ୍ୟୁବନ ପାର୍କ ପୋଲିସ ଷ୍ଟେସନରେ ଏଫଆଇଆର୍ ରୁଜୁ ହୋଇଛି । ଏଫ୍ଆଇଆର୍ରେ ଦଳାଚକଟା ଘଟଣାରେ ଅପରାଧିକ ଅବହେଳା କଥା କୁହାଯାଇଛି । ନ୍ୟୁଜ ଏଜେନ୍ସି ଏଏନଆଇ ଅନୁସାରେ ଏହି ମାମଲାରେ ଧାରା ୧୦୫, ୧୨୫ (୧) (୨), ୧୩୨, ୧୨୧/୧, ୧୯୦ ଆର/ଡବ୍ଲୁ ୩(୫) ଅଧିନରେ ମାମଲା ରୁଜୁ କରାଯାଇଛି ।
ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ମାମଲାର ମାଜିଷ୍ଟ୍ରେଟ୍ ତଦନ୍ତ କରାଯାଉଛି । ତଦନ୍ତର ନେତୃତ୍ୱ ନେଉଥିବା ବେଙ୍ଗାଲୁରୁ ସହର ଉପାୟୁକ୍ତ ଜୀ ଜଗଦୀଶ ଗୁରୁବାର କହିଛନ୍ତି ଯେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ, ଆରସିବି ଓ ପୋଲିସ ଉପାୟୁକ୍ତ ବି ଦୟାନନ୍ଦଙ୍କୁ ତଦନ୍ତରେ ସାମିଲ ହେବା ପାଇଁ ନୋଟିସ୍ ଜାରି କରାଯାଇଛି । ଏହାସହ ସେ ଚିନ୍ନାସ୍ୱାମୀ ଷ୍ଟାଡିୟମ ଯାଇ ସେଠାରେ ସ୍ଥିତି ନୀରିକ୍ଷଣ କରିଥିଲେ । ଏହା ପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟ ଗୁରୁବାର ଚିନ୍ନାସ୍ୱାମୀ କ୍ରିକେଟ୍ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ମାମଲାର ଶୁଣାଣି କରିଥିଲେ ।