ବନ୍ଧାହେଲେ କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁ

0

ଓଡ଼ିଆ ନ୍ୟୁଜ୍: ଗିରଫ ହେଲେ କାଶୀପୁର ରେଞ୍ଜର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି। ଗତକାଲି ରେଞ୍ଜରଙ୍କ ବାସଭବନ ସହ କାଶୀପୁର ସ୍ଥିତ କାର୍ଯ୍ୟାଳୟ ଏବଂ ୯ଟି ସ୍ଥାନରେ ଏକକାଳୀନ ଭାବରେ ସକାଳୁ ସକାଳୁ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଚଢ଼ଉ କରିଥିଲା ।

ଭିଜିଲାନ୍ସ ଟିମର ଏହି ଯାଞ୍ଚ ବେଳେ ବାଲିଗୁଡ଼ା ଠାରେ ୨୨୫୦ ବର୍ଗଫୁଟ ଏବଂ ୧୦୦୦ ବର୍ଗଫୁଟର କୋଠା, ଶ୍ରାନିକେତରେ ୧୬୦୦ ବର୍ଗଫୁଟର କୋଠା, ବ୍ରହ୍ମପୁର ଟେକ୍ନୋ ପାର୍କ ଠାରେ ଏକ ୧୬୫୦ବର୍ଗଫୁଟର ଏକ କୋଠା ସମେତ ଦାରିଙ୍ଗବାଡ଼ିରେ ଏକ କୋଠାର ସୂଚନା ମିଳିଛି । ସେହିଭଳି ୯ଟି ପ୍ଲଟ ମଧ୍ୟରୁ ବାଲିଗୁଡ଼ାରେ ୬ଟି, ଯୋଗିଆପାଲି ଠାରେ ୧ଟି ଏବଂ ଗଞ୍ଜାମ ଜିଲା କୋଡ଼ାସିଂ ଗ୍ରାମରେ ୨ଟି ଠାବ ହୋଇଛି । ଏତଦବ୍ୟତୀତ ୨୬୩.୨୨ ଗ୍ରାମ ସୁନା, ୨୭ଲକ୍ଷ ୯୯ ହଜାର ୬୫୯ ନଗଦ ଟଙ୍କା, ଏକ ମୋଟରସାଇକେଲ ସମେତ ପ୍ରାୟ ୯ଲକ୍ଷ ୪୩ହଜାର ଟଙ୍କାର ଘରକରଣା ଜିନିଷ ଜବତ ହୋଇଛି ।

Leave A Reply

Your email address will not be published.