ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ୍। ଡେରାବିଶ ଛତାଛକ ସ୍ଥିତ ଜଳ ସମ୍ପଦ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢାଉ କରୁଛି। ଚଢାଉ ବେଳେ ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ଅଫିସ କାଗଜପତ୍ର ଜବତ କରିଛି।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ । ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ଅଫିସ ଓ ପୈତୃକ ଘର ସମେତ ୭ ଟି ସ୍ଥାନରେ ରେଡ୍ ଚାଲିଥିବା ଜଣାପଡ଼ିଛି। ପୂର୍ବରୁ ପ୍ରମୋଦ ରାୟ କେନ୍ଦ୍ରାପଡା ଇନ୍ଦୁପୁର ସ୍ଥିତ ଜଳ ସମ୍ପଦ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏବେ ଛତାଛକ ସ୍ଥିତ କାର୍ଯ୍ୟାଳୟରେ SDO ଭାବେ ଅବସ୍ଥାପିତ ଅଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଛି। ଚଢାଉ ବେଳେ ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ଅଫିସ କାଗଜପତ୍ର ଜବତ କରିଛି।

 

Leave A Reply

Your email address will not be published.