ଓଡ଼ିଆ ନ୍ୟୁଜ୍: କେନ୍ଦ୍ରାପଡ଼ା ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ମଞ୍ଜୁର।ବିଗତ କିଛି ବର୍ଷ ଧରି ରଥର ୧୪ଟି ଚକ ଠିକ୍ ନ ଥିବାରୁ ଅସୁବିଧା ହେଉଥିଲା। ରଥ ଟଣା ବେଳେ ବିଭିନ୍ନ ପ୍ରକାର ବିଘ୍ନ ସୃଷ୍ଟି ହେଉଥିଲା। ବାହୁଡା଼ ଯାତ୍ରା ସମୟରେ ମଧ୍ୟ ସମାନ ପରିସ୍ଥିତି ପରିଲକ୍ଷିତ ହେଉଥିଲା।ଏପରି ବିଭ୍ରାଟ ଭକ୍ତମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି କରୁଥିଲା। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ୧ କୋଟି ମଞ୍ଜୁର କଲେ।
ବାହୁଡ଼ା ଯାତ୍ରା ସମୟରେ ମଧ୍ୟ ସମାନ ପରିସ୍ଥିତି ପରିଲକ୍ଷିତ ହେଉଥିଲା । ରଥ ପରିଚାଳନାରେ ଉପରୋକ୍ତ ବିଭ୍ରାଟ ଭକ୍ତ ମାନଙ୍କ ମନରେ ଅସନ୍ତୋଷର ସୃଷ୍ଟି କରୁଥିଲା । ଏହି ସମସ୍ତ ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ଓ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ଏକ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର କରିଛନ୍ତି।