ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡା ର ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ଘଟଣାରେ କେନ୍ଦ୍ରାପଡା ସଦର ପୋଲିସ ୩ ମହିଳାଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି | ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ପଟ୍ଟାମୁଣ୍ଡାଇ ମଠସାହିର ପରେଶ ବାରିକଙ୍କ ସମେତ, ଗର୍ଭପାତ କରିଥିବା କଟକର ଏକ ନର୍ସିଂହୋମର ୮ ଜଣ ଗିରଫ ହୋଇଛନ୍ତି | ଗିରଫ ଅଭିଯୁକ୍ତ ମାନେ ହେଲେ ୩ ମହିଳାଙ୍କ ସମେତ ବିଶ୍ୱଜିତ୍ ଦତ୍ତ, ଭବାନୀ ଶଙ୍କର ଦାସ, ନିଜିତ ମହାପାତ୍ର, ପ୍ରିୟବ୍ରତ ସେନାପତି, ନିର୍ଲିପ୍ତ ରଞ୍ଜନ ଦାସ |
ଅଭିଯୋଗକାରିଣୀର ଅଭିଯୋଗ ଅନୁଯାଇ ପୂର୍ବରୁ ବିବାହିତ ପରେଶ ବାରିକ ନିଜ ବିବାହ କଥା ଗୋପନ ରଖି ଶାରୀରିକ ସମ୍ପର୍କ ରଖିଥିଲା | ଯୁବତୀ ଗର୍ଭବତୀ ବୋଲି ଜଣାପଡ଼ିବା ପରେ ପରେଶ ତାଙ୍କୁ କଟକ ନେଇ ମାଲଗୋଦାମ ଥାନା ଅନ୍ତର୍ଗତ ହେଲଥ୍ ହୋମ ନର୍ସିଂହୋମ ରେ ତାଙ୍କର ବେଆଇନ୍ ଗର୍ଭପାତ କରିଥିଲା | ଏହି ଘଟଣାପରେ ପୀଡିତା ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଡିଏସ୍ପି ସରିତା ମହାପାତ୍ର ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ |
ଏହି ଘଟଣାରେ ଯୁବତୀଙ୍କୁ ମାଡ ମାରିଥିବା ମୁଖ୍ୟ ଅଭିଯୁକ୍ତ ପରେଶ ର ପରିବାର ଲୋକଙ୍କୁ ପୋଲିସ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା କେନ୍ଦ୍ରାପଡା ଏସ୍ପି ସିଦ୍ଧାର୍ଥ କଟରିଆ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି |
Comments are closed.