ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦୁପତ୍ର ତୋଳାଳୀ ଓ ସଙ୍ଘର ସଦସ୍ୟ, ସହାୟତା ଦେଇଥିବାରୁ ଜଣାଇଲେ ଧନ୍ୟବାଦ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦୁପତ୍ର ତୋଳାଳୀ ଓ ସଙ୍ଘ ର ସଦସ୍ୟ । ଆଜି ଅପରାହ୍ନରେ ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ପ୍ରଭାତ ମହାନ୍ତି ଙ୍କ ନେତୃତ୍ବ ରେ 1500 ରୁ ଉର୍ଦ୍ଧ କର୍ମଚାରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ନବୀନ ନିବାସ ଠାରେ ଭେଟି ସେମାନଙ୍କ ଦାବି ପୂରଣ କରିଥିବାରୁ କୃତଜ୍ଞତା ଜଣାଇବା, ଧନ୍ୟବାଦ୍ ଜଣାଇଲେ । କିଛି ଦିନ ତଳେ କେନ୍ଦୁପତ୍ର ତୋଳାଳୀ 1000 ଟଙ୍କା ବନ୍ଧାଳୀ ଓ ସିଜିନାଲ କର୍ମଚାରୀ ଙ୍କୁ 1500 ଟଙ୍କା ଲେଖାଏ ସହାୟତା ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକର ଖୁସି ହିଁ ତାଙ୍କର ସବୁଠାରୁ ବଡ ଖୁସି । ଗରିବ ଲୋକଙ୍କ ସହ ସେ ସବୁବେଳେ ରହିଛନ୍ତି ଓ ସେମାନଙ୍କ କଲ୍ଯାଣ ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଜି ନୂଆପଡ଼ା, କଳାହାଣ୍ଡି , କୋରାପୁଟ ନବରଙ୍ଗପୁର, ଅନୁଗୁଳ , ସମ୍ବଲପୁର , ଝାରସୁଗୁଡା ,କନ୍ଧମାଳ, ବୌଦ୍ଧ, କେଉଁଝର, ଦେବଗଡ଼, ଓ ବଲାଙ୍ଗୀର ଜିଲ୍ଲାର କେନ୍ଦୁପତ୍ର ତଲାଲି ବାସ ଭବନରେ ଭେଟି ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଦେଇ ଥିଲେ।

Leave A Reply

Your email address will not be published.