ଆଜି ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ

0

ଓଡ଼ିଆ ନ୍ୟୁଜ୍: ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବନ୍ଦ ଡ଼ାକରା।ଅନୁପ୍ରବେଶକାରୀଙ୍କୁ ବାହାର କରିବା ଦାବିରେ ବନ୍ଦ ପାଳନ।ଅତ୍ୟାବଶ୍ୟକ ସେବା ଛାଡ଼ି ବାକୁ ସବୁ ବନ୍ଦ।ଆଜି ସକାଳୁ ଜିଲ୍ଲାରେ ଅତ୍ୟାବଶ୍ୟକ ସେବା ଛାଡ଼ି ଦୋକାନ, ବଜାର, ସ୍କୁଲ୍, କଲେଜ, ପେଟ୍ରୋଲ ପମ୍ପ , ଯାନବାହାନ , ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି । ରୋହିଙ୍ଗିଆ ଅନୁପ୍ରବେଶକାରୀ, ଉପଦ୍ରବକାରୀ, ଅସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଜିଲ୍ଲାରୁ ବାହାର କରିବାକୁ ଦାବି କରାଯାଇଛି ।

ଆନ୍ଦୋଳକାରୀଙ୍କ ଆଭିଯୋଗ ଅନୁସାରେ ଦୀର୍ଘ ଦିନ ଧରି ଅନୁପ୍ରବେଶକାରୀମାନେ ଜିଲ୍ଲାରେ ସରକାରୀ ଜମି ମାଡିବସି ରହି ଚୋରି ରାହାଜାନୀ, ଗୋରୁ ବେପାର ଆଦି ଭଳି ଅପରାଧ ରେ ଲିପ୍ତ ରହିଛନ୍ତି । ପ୍ରଶାସନକୁ ବାରମ୍ଵାର ସୂଚନା ଦେବା ସହ ପରେ ମଧ୍ୟ ଫଳଘର ଶୂନ । କେନ୍ଦୁଝର ସହର ସହ ତୁରୁମୁଙ୍ଗା , ପାଟଣା , ଘଟଗାଁ, ଚମ୍ପୁଆ, ଯୋଡ଼ା, ବଡ଼ବିଲ, ଘସିପୁରା, ଆନନ୍ଦପୁର ଆଦି ଅଞ୍ଚଳରେ ବନ୍ଦର ପ୍ରଭାବ ବେଶ ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.