ଓଡ଼ିଆ ନ୍ୟୁଜ୍: କେନ୍ଦୁଝର DSSO ବିପ୍ଳବ କେଶରୀ ସାମନ୍ତରାୟ ଲାଞ୍ଚ ନେଇ ଧରାପଡ଼ିଲେ। NGO ଠାରୁ ୨୦ ହଜାର ଟଙ୍କା ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଡିଜିଟାଲ ମୋଡ୍ରେ ଲାଞ୍ଚ ନେଲା ବେଳେ କାବୁ କଲା ଭିଜିଲାନ୍ସ ଟିମ୍। ଏଭଳି ଅଭିଯୋଗ କଟକ ଭିଜିଲାନ୍ସ ସେଲରେ ହୋଇଥିବାବେଳେ କେନ୍ଦୁଝର ଭିଜିଲାନ୍ସ ୟୁନିଟ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଶେଷ ଥର ଫୋନ ପେ’ରେ ୨୦ ହଜାର ଟଙ୍କା ନେଇଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଭିନ୍ନକ୍ଷମ ଲୋକଙ୍କୁ କୃତ୍ରିମ ଅଙ୍ଗ, ଆଶାବାଡି, ତିନି ଚକିଆ ସାଇକେଲ, ମୋଟର ଚାଳିତ ସାଇକେଲ ଆଦି ଦେଇ ଥଇଥାନ କରିବା ପାଇଁ ଏହି ବିଭାଗ କାମ କରି ଆସୁଛି। ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ରାଙ୍କୀ ଗ୍ରାମ ନିକଟରେ ଏକ ପୁନର୍ବାସ ଥଇଥାନ କେନ୍ଦ୍ର ଖୋଲାଯାଇଛି । ଏହି ଭିନ୍ନକ୍ଷମ ହିତାଧିକାରୀଙ୍କୁ ଥଇଥାନ କରିବାକୁ ବହୁ ପରିମାଣରେ ଟଙ୍କା ଆଦାୟ ହୋଇଥିବା ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ତଦନ୍ତ କରୁଥିବା ସୂଚନା ମିଳିଛି। ଘଟଣାର ତଦନ୍ତ ଚାଲିଛି।