କେନ୍ଦୁଝରରେ ଅଟକିଲା ବଳଦେବ ଜୀଉଙ୍କ ନନ୍ଦିଘୋଷ ରଥ

0

ଓଡ଼ିଆ ନ୍ୟୁଜ୍: ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝରରେ ଅଟକିଲା ରଥ।ବଳଦେବ ଜୀଉଙ୍କ ନନ୍ଦିଘୋଷ ରଥ ଅଟକି ରହିଲା।ଗଳଗଣ୍ଡି ପାର ହେବା ପରେ ଅଟକି ରହିଛି ରଥ।କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉଙ୍କର ପବିତ୍ର ବାହୁଡ଼ାଯାତ୍ରା ଲଗାଣବର୍ଷା ମଧ୍ୟରେ ଶନିବାର ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ବଡ଼ଦାଣ୍ଡର ମଧ୍ୟଭାଗ ବଳଗଣ୍ଡିରୁ ଅଳ୍ପ ବାଟ ଗଡ଼ି ରଥ ଅଟକିଯାଇଛି। ପ୍ରବଳ ବର୍ଷା ସହ ରଥ ବାମକୁ ଯିବାରୁ ରଥ ଅଟକି ଥିଲା। ସା ଆଳତି ସମୟ ହୋଇଥିବାରୁ ରଥ ଅଟକି ଯିବା ସହ ରବିବାର ସକାଳ ୯ଟାରେ ରଥ ଟଣା ଓ ସାରେ ସୁନାବେଶ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

ପ୍ରବଳ ବର୍ଷା ମଧ୍ୟରେ ଭୋର ୪ ଟାରୁ ଶ୍ରୀଜୀଉଙ୍କ ଅବକାଶ, ୫ଟାରେ ଲୁଗାଲାଗି, ୯ରେ ଧୂପ, ୧୦ଟାରେ ପୁଷ୍ପାଞ୍ଜଳୀ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୨ଟା ୧୦ରେ ଶ୍ରୀଜୀଉମାନଙ୍କ ପହଁଣ୍ଡି କରାଯାଇଥିଲା। କେନ୍ଦୁଝର ରାଜାସାହେବ ଧନଞ୍ଜୟ ନାରାୟଣ ଭଞ୍ଜଦେଓ ଛେରାପହଁରା କରିଥିଲେ। ଅପରାହ୍ନ ୫ଟା ୧୫ରେ ରଥଟଣା ଆରମ୍ଭ ହୋଇ ଶ୍ରୀ ରଘୁନାଥଜୀଉ ମନ୍ଦିର ସହ ଗଳଗଣ୍ଡି ନିକଟରେ ପାରମ୍ପରିକ ଭୋଗନୀତି ପାଇଁ ଅଟକି ଥିଲା।

Leave A Reply

Your email address will not be published.