ଓଡ଼ିଆ ନ୍ୟୁଜ, (ବ୍ୟୁରୋ): କେରଳ ବିସ୍ଫୋରଣରେ ଆତ୍ମସମର୍ପଣକାରୀଙ୍କ ଖୁଲାସାକୁ ନେଇ ହଇଚଇ। ସରେଣ୍ଡର କରିଥିବା ଡୋମିନିକ ମାର୍ଟିନ ନାମକ ଏହି ବ୍ୟକ୍ତି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ପ୍ରାର୍ଥନାସଭା ଆୟୋଜନ କରୁଥିବା ‘ଜେହୋଭା’ସ ୱିଟନେସେସ୍ ବା JWSର ସେ ହେଉଛନ୍ତି ସଦସ୍ୟ। ତେବେ ସଙ୍ଗଠନର ଧର୍ମୀୟ ବିଚାରାଧାର ସହ ସେ ସହମତ ନଥିଲେ। ଗତ ରାତିରେ ଜଣେ ୧୨ ବର୍ଷୀୟା ନାବାଳିକା ଆଖି ବୁଜିଛନ୍ତି । କେରଳ ପୁଲିସ୍ର ଏଡିଜିପି ଏମଆର ଅଜିତ କୁମାରଙ୍କ କହିବାନୁଯାୟୀ, କୋଡକରା ପୁଲିସ୍ ଷ୍ଟେଶନରେ ଡୋମିନିକ ମାର୍ଟିନ ନାମକ ବ୍ୟକ୍ତି ଆତ୍ମସମର୍ପଣ କରିଥିବା ବେଳେ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛନ୍ତି। ସେ ମଧ୍ୟ ସମାନ ଧର୍ମାବଲମ୍ବୀ ବୋଲି କହିଛନ୍ତି। ପୁଲିସ୍ ତାଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପଚାରୁଛି।
ତେବେ ଏହି ବ୍ଲାଷ୍ଟ ପଛରେ ତାଙ୍କ ହାତ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନି। ଏହି ମାମଲାର ସବୁ ଦିଗରୁ ତଦନ୍ତ ଚାଲିଛି। ଡୋମିନିକ ମାର୍ଟିନ ପୁଲିସ୍ ସମ୍ମୁଖରେ ଦେଖିଥିବା ବୟାନ ଅନିଯାୟୀ, ତାଙ୍କୁ ଇସାଇ ଧର୍ମାବଲମ୍ବୀଙ୍କ ବିଚାରଧାରା ପସନ୍ଦ ନୁହେଁ। ସେ ସେମାନଙ୍କୁ ଦେଶ ପାଇଁ ବିପଦ ବୋଲି ଭାବନ୍ତି। ତେବେ ସୂଚନା ମୁତାବକ,ଗତକାଲି ଏର୍ଣ୍ଣାକୁଲମା କନ୍ଭେନ୍ସନ୍ ହଲ୍ରେ ପ୍ରାର୍ଥନା ବେଳେ ହୋଇଥିବା ବିସ୍ଫୋରଣ ଘଟଣାରେ ମୃତକଙ୍କ ସଂଖ୍ୟା ୩ ଛୁଇଁଛି।
ଏହି ବିସ୍ଫୋରଣରେ ୫୦ରୁ ଅଧିକ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ମୃତା ନାବାଳିକାଜଣକ ଏର୍ଣ୍ଣାକୁଲମା ଜିଲ୍ଲାର ମଲ୍ଲୟଟ୍ଟୁରର ବାସିନ୍ଦା ଲିବନା ବୋଲି ଜଣାଯାଇଛି। ମେଡିକାଲ ତରଫରୁ ଜାରି ବୁଲେଟିନରେ କୁହାଯାଇଛି, ବିସ୍ଫୋରଣରେ ଲିବନାଙ୍କ ଶରୀରର ୯୫% ଜଳି ଯାଇଥିବା ବେଳେ ଗତକାଲି ସକାଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିବା ସତ୍ତ୍ୱେ ତାଙ୍କ ଅବସ୍ଥା ବିଗିଡ଼ିବାକୁ ଲାଗିଲ।