ଖାମେନେଇଙ୍କ ମୃତ୍ୟୁରେ ଭାରତର ଶୋକ

0

ଓଡ଼ିଆ ନ୍ୟୁଜ୍: ଇରାନ ସୁପ୍ରିମ ଲିଡର ଖାମେନେଇଙ୍କ ମୃତ୍ୟୁରେ ଭାରତର ଶୋକ। ନୂଆଦିଲ୍ଲୀ ସ୍ଥିତ ଦୂତାବାସରେ ପହଞ୍ଚି ଶୋକ ଜଣାଇଲେ ବୈଦେଶିକ ସଚିବ।ଭାରତ ପକ୍ଷରୁ ଶୋକ ପୁସ୍ତକରେ ସ୍ବାକ୍ଷର କଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରି। ବୈଦେଶିକ ସଚିବ ବିକ୍ରମ ମିସ୍ରି ନୂଆଦିଲ୍ଲୀ ସ୍ଥିତ ଇରାନୀ ଦୂତାବାସରେ ପହଞ୍ଚି ଶୋକ ପୁସ୍ତିକା ଉପରେ ଦସ୍ତଖତ କରିଛନ୍ତି । ଇରାନର ପୂର୍ବତନ ସର୍ବୋଚ୍ଚ ନେତାଙ୍କ ନିଧନରେ ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି । ୨୮ ଫେବ୍ରୁଆରୀ ୨୦୨୬ରେ ଇସ୍ରାଏଲ ଓ ଆମେରିକା ମିଳିତ ଭାବେ ଇରାନ ଉପରେ ବଡ଼ ସ୍ତରରେ ଆକ୍ରମଣ କରିଥିଲେ, ଏଥିରେ ଇରାନର ସୁପ୍ରିମ ଲିଡର ଆୟତୁଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ହୋଇଥିଲା ।

ଦେଶ ଭିତରେ ଚାଲୁଥିବା ରାଜନୀତିକ ଯୁକ୍ତି ମଧ୍ୟରେ ବୈଦେଶିକ ସଚିବ ବିକ୍ରମ ମିସ୍ରି ଇରାନୀ ଦୂତାବାସ ଯାଇ ଏହି ଦୁଃଖଦ ଘଟଣା ଉପରେ ଇରାନ ସରକାର ଓ ସେଠାର ଲୋକଙ୍କ ପ୍ରତି ସମବେଦନା ବ୍ୟକ୍ତି କରିଛନ୍ତି । ସେ ଶୋକ ପୁସ୍ତିକାରେ ମେସେଜ କରିଥିଲେ ଏବଂ ଭାରତ-ଇରାନ ମଧ୍ୟରେ ମଜବୁତ ଦ୍ୱିପାକ୍ଷୀୟ ସମ୍ୱନ୍ଧକୁ ଦୋହରାଇ ଥିଲେ ।

Leave A Reply

Your email address will not be published.