ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ଏନକାଉଣ୍ଟର। କୁଖ୍ୟାତ ଅପରାଧୀ ଚକ ରା ବାରିକକୁ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସ। ହାଡ଼କୋର କ୍ରିମନାଲ ଚକରା ବାରିକ ନାଁ ରେ କମିଶନରେଟ ପୋଲିସ ରେ ୨୦ ରୁ ଅଧିକ ମାମଲା ରହିଛି ।ଛିନ୍ତାଇ, ଲୂଟ, ଘରେ ପଶି ଡକାୟତି, ବନ୍ଧୁକ ଚୋରା ଚାଲାଣ, ଏନ ଏଚ ରେ ଯାତ୍ରୀ ମାନଙ୍କୁ ବନ୍ଧୁକ ଦେଖାଇ ଲୂଟ ମାମଲା ମଧ୍ୟ ରହିଛି।
କମିଶନରେଟ ପୋଲିସର ଖଣ୍ଡଗିରି, ନୟାପଲ୍ଲୀ, ଭରତପୁର, ସହିଦନଗର, ଚନ୍ଦ୍ରଶେଖର ପୁର ପୋଲିସ ପାଇଁ ମୋଷ୍ଟୱାଣ୍ଟେଡ଼ ଥିଲା ଚକରା ।
ଚକରାର ପୂର୍ବ ଅପରାଧର ପେଡି ଖୋଲୁଛି ପୋଲିସ ।ଫେରାର ଥିବା ଅନ୍ୟ ସହଯୋଗୀ ମାନଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଡଓ କରୁଛି ପୋଲିସ ।
ପୋଲିସ ଗୁଳିରେ ଚକରା ଆହତ ହୋଇଥିବା ବେଳେ ଚିକିତ୍ସା ଲାଗି ତାକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ କଟକ ବଡ଼ ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ପୋଲିସ ଓ ଅପରାଧୀ ମଧ୍ୟରେ ଏଭଳି ମୁହାଁ ମୁହିଁ ହୋଇଥିଲା ବରମୁଣ୍ଡା ପଡ଼ିଆରେ। ତେବେ ଘଟଣାରେ ଚକରା ର କେତେକ ସହଯୋଗୀ ଫେରାର ହୋଇଯାଇଛନ୍ତି। ସୂଚନା ଅନୁସାରେ ଚକରା ଓ ତାର କେତେକ ସହଯୋଗୀ ବରମୁଣ୍ଡା ପଡିଆ ରେ ବସି ଅପରାଧ ଘଟାଇବା ଲାଗି ଯୋଜନା କରୁଥିଲେ। ସେମାନଙ୍କ ପାଖରେ ବନ୍ଧୁକ ରୁ ନେଇ ବୋମା ଓ ଭୁଜାଲି ଭଳି ମାରଣାସ୍ତ୍ର ଥିଲା ବୋଲି କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା ପୋଲିସ। ଅନ୍ଧାର ରାତିରେ ପୋଲିସ ଅଚାନକ ସେଠାରେ ପଂହଁଚିବା ଦେଖି ହାର୍ଡକର ଅପରାଧୀ ଚକରା ଓ ତା ସହଯୋଗୀ ଫେରାର ହେବାକୁ ଚେଷ୍ଟା କରିଥିଲେ। ପୋଲିସ ସେମାନଙ୍କୁ ଧରିବା ପାଇଁ ଗୋଡ଼ାଇବାରୁ ପୋଲିସ ଉପରକୁ ବୋମା ଫିଙ୍ଗିଥିଲେ ଅପରାଧୀ । ପୋଲିସ ବି ବର୍ତ୍ତିବାକୁ ଗୁଳିମାଡ଼ କରିଥିଲା। ଚକରା ଗୋଡ଼ରେ ଗୁଳି ବାଜିଥିବା ବେଳେ ବାକି ଅନ୍ୟମାନେ ଫେରାର ହୋଇଯାଇଛନ୍ତି ।