ଓଡ଼ିଆ ନ୍ୟୁଜ୍: ବୌଦ୍ଧକୁ ଗଡ଼ିଲା ରେଳ। ସବୁଜ ପତାକା ଦେଖାଇ ରେଳ ସହ ୧୦୦ ଇଭି ବସ୍ ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରାୟ ୧୯ ହଜାର କୋଟିର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏଥିରେ ୨୭୫୦ କୋଟିରୁ ଅଧିକ ମୂଲ୍ୟର ରେଲୱେ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧ ଓ ପୁରୁଣାକଟକ ରେଳ ଷ୍ଟେଶନରୁ ରେଳ ଗଡିଛି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତ ଅବସରରେ ଆଭାସୀ ଜରିଆରେ ବୌଦ୍ଧ ଓ ପୁରୁଣାକଟକରୁ ରେଳସେବାକୁ ଉଦ୍ଘାଟନ କରିଛନ୍ତି। ଏ ନେଇ ରେଳ ବିଭାଗ ଓ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଜଣାପଡିଛି। ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ବୌଦ୍ଧ ଓ ପୁରୁଣାକଟକ ରେଳ ଷ୍ଟେଶନରେ ସମସ୍ତ ପ୍ରକାର ସୁବିଧା ପ୍ରସ୍ତୁତି ନିରୀକ୍ଷଣ କରିଛନ୍ତି। ବୌଦ୍ଧ ଓ ପୁରୁଣାକଟକରୁ ଏକସଙ୍ଗେ ୨ଟି ଟ୍ରେନ ସେବା ଆରମ୍ଭ ହେବ। ବୌଦ୍ଧରୁ ସମ୍ବଲପୁର ଓ ପୁରୁଣାକଟକରୁ ଭୁବନେଶ୍ୱରକୁ ଦୁଇଟି ଟ୍ରେନ ଚଳାଚଳ କରିବାକୁ ସ୍ଥିର ହୋଇଛି। ଏଥିପାଇଁ ଷ୍ଟେଶନରେ ଟ୍ରେନ ପହଞ୍ଚତ୍ ସାରିଥିବା ଜଣାପଡିଛି।