ଓଡ଼ିଆ ନ୍ୟୁଜ୍: ଖୋର୍ଦ୍ଧା: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଅଧ୍ୟକ୍ଷ ଗିରଫ।ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ୍ତ ଦାସ ଗିରଫ।ବିଭିନ୍ନ ପ୍ରକାର ଅଶ୍ଳିଳ ବାର୍ତ୍ତା ଓ ଭଏସ ମେସେଜ ପଠାଇ ଗିରଫ।ଅଧ୍ୟାପିକାଙ୍କ ବାପା ବୋଲଗଡ଼ ଥାନାରେ ମଙ୍ଗଳବାର ଏତଲା କରିଥିଲେ।ତଦନ୍ତ ଆଧାରରେ କଲେଜର ଅଧ୍ୟକ୍ଷ ଗିରଫ ପରେ କୋର୍ଟ ଚାଲାଣ। ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ କରିବା ଏବଂ ଏକଥା ଅନ୍ୟକାହାକୁ ଜଣାଇଲେ ଚାକିରିରୁ ବହିଷ୍କାର ସହ ଜୀବନ ବରବାଦ କରିଦେବାର ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ଅଧ୍ୟାପିକାଙ୍କ ବାପାଙ୍କ ଅଭିଯୋଗକ୍ରମେ ବୋଲଗଡ଼ ପୋଲିସ ଏକ ମାମଲା (ନଂ.୩୧୦/୨୫) ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ମୁତାବକ, ଉକ୍ତ ମହାବିଦ୍ୟାଳୟରେ ଅଧ୍ୟାପିକା ଜଣଙ୍କ ନୂତନଭାବେ ନିଯୁକ୍ତି ପାଇଥିବା ବେଳେ ଅଧ୍ୟକ୍ଷ ଦାସ ତାଙ୍କ ମୋବାଇଲ ନମ୍ବରରେ ମେସେଜ ମାଧ୍ୟମରେ ପ୍ରେମ ନିବେଦନ କରି ଆସୁଥିଲେ। ଏକଥା ବାହାରେ ପ୍ରକାଶ ନ କରିବା ପାଇଁ ଧମକ ଦେଉଥିଲେ। ଏନେଇ ଅଧ୍ୟାପିକା ଜଣଙ୍କ ଘରେ ଜଣାଇବା ପରେ ତାଙ୍କ ବାପାଙ୍କ ଅଭିଯୋଗକ୍ରମେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଜାଣିବା ପାଇଁ ଏନେଇ ଅଧ୍ୟକ୍ଷ ଦାସଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଉଠାଇ ନ ଥିଲେ।