ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତେନ୍ତୁଳି ଗଛ ପାଇଁ ପରିବାରକୁ ମାରିଦେଲେ | ଶିଶୁ ସମେତ ୪ ଜଣଙ୍କ ହତ୍ୟା ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କୁ ଗିରଫ କଲା ଝାଡଖଣ୍ଡ ପୋଲିସ |
ତେବେ ସୂଚନା ମୁତାବକ, ଗତ ଶନିବାର ଓଡିଶା ସୀମାନ୍ତ ଝାଡଖଣ୍ଡ ରାଜ୍ୟର ପଶ୍ଚିମ ସିଂଭୂମ ଜିଲ୍ଲା, ହାଟଗାମାରିଆ ଥାନା ଅନ୍ତର୍ଗତ ନୁରଡା ଗ୍ରାମର ଗୋଟିଏ ପରିବାରର ୮ ମାସର ଶିଶୁ, ଅଢେଇ ବର୍ଷର ଝିଅ ସମେତ ୪ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି | ପରେ ଆତ୍ମହତ୍ୟା ରୂପ ଦେବାକୁ କେନ୍ଦପୋଷି ଓ ତାଲାବୁରୁ ଷ୍ଟେସନ ମଧ୍ୟରେ ୪ ମୃତକଙ୍କ ଶବ ଫିଙ୍ଗି ଦେଇଥିଲେ ଅପରାଧି ମାନେ।
ଏହାକୁ ତଦନ୍ତ କରି ପୋଲିସ ସେହି ଗ୍ରାମର ଗୋଟିଏ ପରିବାରର ୫ ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ପାରିବାରିକ ଶତ୍ରୁତା, ଗୁଣି ଗାରେଡ଼ି ସନ୍ଦେହ ଓ ତେନ୍ତୁଳି ଗଛର ଭାଗବଣ୍ଟାକୁ ନେଇ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହା ଯାଇଛି।