କିଙ୍ଗ କୋହଲି ପୁଣି ନମ୍ବର-୧

0

ଓଡ଼ିଆ ନ୍ୟୁଜ୍: ଆଇସିସି ODI ବ୍ୟାଟିଂ ମାନ୍ୟତାରେ କୋହଲି ନଂ-୧କୁ ଉନ୍ନୀତ। ଦୀର୍ଘ ୫ ବର୍ଷର ବ୍ୟବଧାନ ପରେ କୋହଲିଙ୍କୁ ନମ୍ବର-୧ ମାନ୍ୟତା। ରୋହିତ ଶର୍ମାଙ୍କୁ ପଛରେ ପକାଇ କୋହଲି ନମ୍ବର ୱାନ୍‌।ମାନ୍ୟତାରେ ୬ ପଏଣ୍ଟ ହରାଇ ରୋହିତ ନଂ ୩କୁ ଖସିଲେ।ନ୍ୟୁଜିଲାଣ୍ଡର ଡାରିଲ ମିଚେଲ୍‌ ODI ବ୍ୟାଟିଂ ମାନ୍ୟତାରେ ଦ୍ବିତୀୟ। ବିରାଟ କୋହଲି ICC ଦିନିକିଆ ରାଙ୍କିଙ୍ଗରେ ନମ୍ବର ୱାନ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ୨୦୨୬ର ପ୍ରଥମ ମ୍ୟାଚରେ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷରେ ୯୩ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ ଏବଂ ଏହା ତାଙ୍କ ପାଇଁ ସିଧାସଳଖ ଲାଭଦାୟକ ମନେ ହେଉଛି।

କୋହଲିଙ୍କ ରେଟିଂ ଏବେ ୭୮୫କୁ ବୃଦ୍ଧି ପାଇଛି। ସେ ଦୀର୍ଘ ଦିନ ପରେ ପୁଣି ଥରେ ନମ୍ବର ୱାନ ସ୍ଥାନ ହାସଲ କରିଛନ୍ତି। ପୂର୍ବରୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଏଥର ସେ ଗୋଟିଏ ସ୍ଥାନ ଉନ୍ନତି କରିଛନ୍ତି। ନ୍ୟୁଜିଲାଣ୍ଡର ଡାରିଲ ମିଚେଲ ମଧ୍ୟ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ସେ ୭୮୪ ରେଟିଂ ସହିତ ଏବେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହାର ଅର୍ଥ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ବ୍ୟାଟ୍ସମ୍ୟାନ ମଧ୍ୟରେ କେବଳ ଗୋଟିଏ ରେଟିଂ ପଏଣ୍ଟ ପାର୍ଥକ୍ୟ ଅଛି।

Leave A Reply

Your email address will not be published.