ଶୀତ ଦିନେ ବଢେ ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଶୀତଋତୁ ଯୁବକଙ୍କ ପାଇଁ ମଉଜ୍‌ମଜ୍‌ଲିସ୍ ଆଣିଦେଇଥିବା ବେଳେ ଏହା ଛୋଟ ପିଲା ଓ ବୃଦ୍ଧମାନଙ୍କ ପାଇଁ ଯନ୍ତ୍ରଣା ଆଣିଦିଏ। ବିଶେଷକରି ବୃଦ୍ଧମାନଙ୍କ ପାଇଁ, ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଯେପରିକି ଗଣ୍ଠି ଯନ୍ତ୍ରଣା, ମାଂସପେଶୀ କଷ୍ଟ ଏହି ଋତୁରେ ଆରମ୍ଭ ହୁଏ। ଗଣ୍ଠି ଯନ୍ତ୍ରଣା ହେତୁ ଜଣେ ବ୍ୟକ୍ତି ଅଧିକ ଚଲାବୁଲା କି କଠିନ ପରିଶ୍ରମ କରିପାରେ ନାହିଁ ।

୨୦୧୫ରେ ହୋଇଥିବା ଜର୍ନାଲ ଅଫ୍ ଋମେଟୋଲୋଜି ଅଧ୍ୟୟନରୁ ଜଣା ପଡିଛି ଯେ ଯେଉଁ ଲୋକଙ୍କର ଆଣ୍ଠୁ, ଗଣ୍ଠି କିମ୍ବା ଅନ୍ୟ ହାଡ ଜନିତ ଯନ୍ତ୍ରଣା ରହିଛି ସେମାନଙ୍କର ଏହି ଅସୁବିଧା ଅନ୍ୟ ଦିନ ଅପେକ୍ଷା ସାଧାରଣତଃ ଶୀତ ଦିନରେ ବେଶି ବଢିଯାଏ । ଏହି ଅଧ୍ୟୟନରେ ପ୍ରଥମେ ୮୧୦ ଅଷ୍ଟିଓଅର୍ଥୋରାଇଟିସ ରୋଗରେ ପୀଡିତ ଲୋକଙ୍କ ତାଲିକା ରଖାଯାଇଥିଲା । ଏବଂ ତାହାକୁ ଆଧାର କରି ସବୁଦିନର ତାପମାତ୍ରାରେ ତାହା କିପରି ବଦଳୁଛି ତାହା ଦେଖାଗଲା ।

୨୦୦୭ରେ  ଆଣ୍ଠୁ ଜନିତ ରୋଗ ତଥା ଅଷ୍ଟିଓପେରୋସିସ ରୋଗୀଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରତି ୧୦ ଡିଗ୍ରୀ ତାପମାତ୍ରା ହ୍ରାସରେ ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା ବଢିଥାଏ । ଅର୍ଥୋପେଡିକ୍ ପ୍ରତିଷ୍ଠାନର ରିପୋର୍ଟ ଅନୁଯାୟୀ, ଗଣ୍ଠିରେ ଥିବା ସିନୋଭିଆଲ୍ ଫ୍ଲୁଇଡ୍ ଏକ ଶୋକ୍-ଆବ୍ଜୋଭର ଭାବରେ କାର୍ଯ୍ୟ କରିଥାଏ | ଯେତେବେଳେ ତାପମାତ୍ରା ହ୍ରାସ ହୁଏ, ସେହି ତରଳ ପଦାର୍ଥଟି ବହଳିଆ ହୋଇଯାଏ ଏବଂ ସଠିକ୍ ଭାବରେ ପ୍ରବାହିତ ହୁଏ ନାହିଁ, ଯେଉଁ କାରଣରୁ ଗଣ୍ଠି ଟାଇଟ୍ ହୋଇଯାଏ ଏବଂ ଯନ୍ତ୍ରଣା ବଢେ |

କେବଳ ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ |

ଗଣ୍ଠି ଯନ୍ତ୍ରଣା କମାଇବା ପାଇଁ ଗରମ ପ୍ୟାଡ୍ ବ୍ୟବହାର କରନ୍ତୁ |

ନିୟମିତ ବ୍ୟାୟାମ-ଯୋଗ କରନ୍ତୁ |

ତାପମାତ୍ରା ହ୍ରାସ ହେଲେ ଶରୀରରେ ଜଳର ଅଭାବ ହେବାକୁ ଦିଅନ୍ତୁ ନାହିଁ

Leave A Reply

Your email address will not be published.