କାର୍ଗିଲ ଯୁଦ୍ଧ ବିଷୟରେ ୧୦ ଆଶ୍ଚର୍ଯ୍ୟକର ତଥ୍ୟ, ଜାଣନ୍ତୁ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ୧୯୯୯ ଜୁଲାଇ ମାସ ୨୬ ତାରିଖରେ ଭାରତୀୟ ସେନାର ହିମାଳୟର ଉଚ୍ଚ ଘାଟିର ଲଢେଇରେ ପାକିସ୍ତାନକୁ ଚକମା ଦେଖାଇଥିଲା। ଯାହା ଇତିହାସରେ ଚିରକାଳ ଲେଖା ହୋଇ ରହିବ । ଏହି ବିଜୟ ସହିତ ହିମାଳୟର ଉଚ୍ଚ ପାହାଡରେ ପୁଣି ଉଡିଥିଲା ତ୍ରିରଙ୍ଗା । ତେବେ, ଆସନ୍ତୁ ଜାଣିବା ଏହି ଯୁଦ୍ଧ ବିଷୟରେ କିଛି ଆଶ୍ଚର୍ଯ୍ୟକର ତଥ୍ୟ ।
୧.ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇର ପୂର୍ବତନ ଅଧିକାରୀ ଶାହିଦ ଅଜିଜ ଖୋଦ ନିଜେ ନିଜ ଦେଶର ଅସଲ ମୁଖା ଖୋଲିଥିଲା । ପୂର୍ବରୁ ପାକିସ୍ତାନ କହିଥିଲା ଯେ, କାର୍ଗିଲ ଲଢେଇରେ ମୁଜାହିଦ୍ଦୀନ ସାମିଲ ଥିଲା । କିନ୍ତୁ ଦେଶର ନିୟମିତ ସୈନିକ ଏହି ଲଢେଇ ଲଢିଥିବାର ଅଜିଜ୍ କହିଥିଲା ।
୨. କାର୍ଗିଲ ଲଢେଇ ଆରମ୍ଭର କିଛି ସପ୍ତାହ ପୂର୍ବରୁ ତତ୍କଳୀନ ପାକ୍ ଜେନେରାଲ ପରବେଜ ମୁଶାର୍ରଫ ଏକ ହେଲିକାପ୍ଟର ଯୋଗେ ନିୟନ୍ତ୍ରଣ ରେଖା ପାର୍ କରିଥିଲେ । ଏହାସହିତ ଭାରତ ସୀମାର ୧୧ କିମି ମଧ୍ୟରେ ଏକ ସ୍ଥାନରେ ରାତି ବିତାଇଥିଲେ।
୩. ଆଶା ଠାରୁ ଅଧିକ ଭୟାନକ ଥିବା କାର୍ଗିଲ ଯୁଦ୍ଧରେ ଏପରି ସମୟ ମଧ୍ୟ ଆସିଥିଲା ଯେତେବେଳେ, ମୁଶାର୍ରଫ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ମଧ୍ୟ ପ୍ରସ୍ତୁତ ହୋଇଥିଲେ ।
୪. ପାକ୍ ସେନା କାର୍ଗିଲ ଯୁଦ୍ଧକୁ ୧୯୯୮ରେ ରୂପ ଦେବାକୁ ଯୋଜନା କରିଥିଲେ । ଏଥିପାଇଁ ପାକ୍ ୫ ହଜାର ଯବାନଙ୍କୁ କାର୍ଗିଲରେ ଚଢିବାକୁ ପଠାଇଥିଲା ।
୫. କାର୍ଗିଲ ଯୁଦ୍ଧ ମଧ୍ୟରେ ପାକିସ୍ତାନୀ ବାୟୁସେନା ମୁଖ୍ୟଙ୍କୁ ପୂର୍ବରୁ ଏ ଅପରେସନ ବାବଦରେ ସୂଚନା ଦିଆଯାଇନଥିଲା । ଯେତେବେଳେ ତାଙ୍କୁ କୁହାଗଲା, ସେତେବେଳେ ଏହି ମିଶନରେ ସହଯୋଗ କରିବାକୁ ମନା କରିଦେଇଥିଲେ ।
୬. ପାକିସ୍ତାନୀ ଖବରକାଗଜ ମୁତାବକ, ନୱାଜ ଶରିଫ କାର୍ଗିଲ ଯୁଦ୍ଧ ପାକିସ୍ତାନୀ ସେନା ପାଇଁ ଏକ ବିପଦ ସାବ୍ୟସ୍ତ ହୋଇଥିବା ସ୍ୱୀକାର କରିଥିଲେ । ଏଥିରେ ପାକ୍ ୧୯୬୫ ଏବଂ ୧୯୭୧ ଯୁଦ୍ଧ ଠାରୁ ଅଧିକ କ୍ଷତି ସହିଥିଲା ।
୭. ଯୁଦ୍ଧରେ ଭାରତୀୟ ବାୟୁସେନା ପାକିସ୍ତାନ ବିରୁଦ୍ଧରେ ମିଗ୍-୨୭ ଏବଂ ମିଗ୍-୨୯ର ବ୍ୟବହାର କରିଥିଲେ । ମିଗ୍-୨୭ ସାହାଯ୍ୟରେ ପାକିସ୍ତାନ କବ୍‌ଜାରେ ଥିବା ସ୍ଥାନରେ ବୋମାମାଡ କରାଯାଇଥିଲା ।
୮. ମେ ୮ରେ କାର୍ଗିଲ ଯୁଦ୍ଧ ଆରମ୍ଭର ୩ ଦିନ ପରେ ଭାରତୀୟ ବାୟୁସେନା ସ୍ଥଳସେନାର ସହାୟତା କରିଥିଲା । ଏଥିରେ ବାୟୁସେନାର ପ୍ରାୟ ୩୦୦ ବିମାନ ଉଡାଣ ଭରିଥିଲେ ।
୯. କାର୍ଗିଲର ଉଚ୍ଚତା ସମୁଦ୍ର ପତ୍ତନଠାରୁ ୧୬ ହଜାରରୁ ୧୮ ହଜାର ଫୁଟ ଅଟେ । ତେଣୁ ବିମାନଗୁଡିକୁ ପ୍ରାୟ ୨୦ ହଜାର ଫୁଟ ଉଚ୍ଚରେ ଉଡାଣ ଭରିବାକୁ ପଡିଥିଲା । ଏତେ ଉଚ୍ଚରେ ବାୟୁର ଘନତ୍ବ ୩୦ ପ୍ରତିଶତରୁ କମ୍ ହେବା ଯୋଗୁଁ ବିମାନ ଦୁର୍ଘଟଣାଗସ୍ତ ହେବାର ଆଶଙ୍କା ରହିଥିଲା । ତଥାପି ପରାକ୍ରମ ଦେଖାଇଥିଲା ବାୟୁସେନା ।
୧୦. ଏହି ଯୁଦ୍ଧରେ ଭାରତୀୟ ସେନା ଆର୍ଟିଲାରୀରୁ ୨,୫୦,୦୦୦ ଗୁଳିଗୋଳା ଏବଂ ରକେଟ ଦିଆଯାଇଥିଲା । ୩୦୦ରୁ ଅଧିକ ତୋପ, ମୋର୍ଟାର ଏବଂ ରେକଟ ଲଞ୍ଚରରୁ ପ୍ରତିଦିନ ପାଖାପାଖି ୫ ହଜର ବୋମା ପକାଯାଇଥିଲା ।

Leave A Reply

Your email address will not be published.