ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ଏବଂ ନାଏବ ସରପଞ୍ଚ ନିର୍ବାଚନ କେବେ ହେବ ଜାଣନ୍ତୁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଶୃଙ୍ଖଳା ବିଶୃଙ୍ଖଳା ଭିତରେ ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏହି ନିର୍ବାଚନରେ ବିଜେଡି ସର୍ବାଧିକ ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିଛି। ପୂର୍ବରୁ ବିଜେଡିର ସ୍ଥିତି ଯାହା ଥିଲା ସେଥିରେ ଆହୁରି ଅଧିକ ବୃଦ୍ଧି ପାଇଛି। ତେବେ ଏହି ପଞ୍ଚାୟତ ନିର୍ବାଚନ ବିରୋଧୀ ଦଳକୁ ସବୁଠୁ ବଡ ଧକ୍କା ଦେଇଛି। ଅନେକ ଜାଗାରେ ବିଜେପି ଓ କଂଗ୍ରେସର ଗଡ଼ କୁହାଯାଉଥିବା ଅଞ୍ଚଳରେ ବିଜେଡ଼ି ଉଡାଇଛି ବିଜୟ ବାନା।

ପୂର୍ବ ନିର୍ବାଚନ ଅପେକ୍ଷା ବିରୋଧୀ ଦଳ ତଥା ବିଜେପିକୁ ଅଧିକ କ୍ଷତି ହୋଇଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ପାଖାପାଖି ୩୦୦ ଆସନ ଅକ୍ତିଆର କରିଥିବା ବେଳେ ଏଥର ମାତ୍ର ୪୨ ଟି ଆସନ ଜିତିପାରିଛି। ସେହିଭଳି କଂଗ୍ରେସକୁ ଗତ ନିର୍ବାଚନରେ ମିଳିଥିବା ୬୦ ଟି ଆସନରୁ ତଳକୁ ଖସି ୩୭ ଟି ଆସନ ମିଳିପାରିଛି। କିନ୍ତୁ ସରକାରୀ ଦଳ ବିଜେଡ଼ିକୁ ଏକତରଫା ବିଜୟ ମିଳିଛି। ମୋଟ ୮୫୧ ଟି ଆସନରୁ ବିଜେଡ଼ିକୁ ୭୬୫ ଟି ଆସନ ମିଳିଛି।

ପଞ୍ଚାୟତ ନିର୍ଭାଚନ ସରିବା ପରେ ବର୍ତ୍ତମାନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ଏବଂ ନାଏବ ସରପଞ୍ଚ ନିର୍ବାଚନ ବାକି ରହିଲା। ଜାଣନ୍ତୁ ଏହି ନିର୍ବାଚନ କେବେ ହେବ

ନାଏବ ସରପଞ୍ଚ- ମାର୍ଚ୍ଚ ୧୧ ତାରିଖ

ପଞ୍ଚାୟତ ସମିତି ଅଧ୍ୟକ୍ଷ -ମାର୍ଚ୍ଚ ୧୨ ତାରିଖ

ପଞ୍ଚାୟତ ସମିତି ଉପାଧ୍ୟକ୍ଷ- ମାର୍ଚ୍ଚ ୨୩ ତାରିଖରେ

ଜିଲ୍ଲା ପରିଷଦ ଅଧ୍ୟକ୍ଷ-ମାର୍ଚ୍ଚ ୧୩ ତାରିଖ

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ- ମାର୍ଚ୍ଚ ୨୫ ତାରିଖ

 

Leave A Reply

Your email address will not be published.