ଚାଲିଛି ପୌର ଭୋଟ ଗଣତି। ଗୋଟିଏ ପରେ ଗୋଟିଏ ଟ୍ରେଣ୍ଡ୍ ଆସୁଛି। ଦିନ ୧ଟା ୧୦ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ ମେୟର ଓ ପୌରାଧ୍ୟକ୍ଷ ଆସନରେ ବିଜେଡି ଯଥେଷ୍ଟ ଆଗରେ ରହିଥିବାବେଳେ ବିରୋଧୀ ପଛରେ ପଡ଼ିଛନ୍ତି । ଏବେର ଟ୍ରେଣ୍ଡରେ ୭୫ଟି ଆସନରେ ବିଜେଡି ଆଗୁଆ ରହିଥିବାବେଳେ ବିଜେପି ୧୭ ଆସନରେ ଆଗେଇ ଚାଲିଛି । ସେହିପରି ୯ଟି ଆସନରେ ସ୍ୱାଧିନ ପ୍ରାର୍ଥୀ ଆଗରେ ରହିଛନ୍ତି ।
ବୀରମିତ୍ରପୁର ମ୍ୟୁନିସିପାଲିଟିରେ ବିଜେଡିର ସନ୍ଦୀପ ମିଶ୍ର ବିଜୟୀ*
-ବେଲପାହାଡ଼ NACରେ କଂଗ୍ରେସ ପ୍ରାର୍ଥୀ ନିମାଇ ଚରଣ ପଣ୍ଡା ବିଜୟୀ
-ବରପାଲି NACରେ ସ୍ୱାଧୀନ ପ୍ରାର୍ଥୀ ଦୀନେଶ ଗହିର ବିଜୟୀ
-ଭବାନୀପାଟଣା ମ୍ୟୁନିସିପାଲିଟିରେ ବିଜେଡି ପ୍ରାର୍ଥୀ ସଂଯୁକ୍ତା ବେହେରା ବିଜୟୀ
-ଉଦଳା NACରେ ବିଜେପି ପ୍ରାର୍ଥୀ ପ୍ରମିଳା ପଣ୍ଡା ବିଜୟୀ
-ପଦ୍ମପୁର NACରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ବାଗ ବିଜୟୀ
-ଦେବଗଡ଼ ମ୍ୟୁନିସିପାଲିଟିରେ ବିଜେଡି ପ୍ରାର୍ଥୀ ଶାନ୍ତିମଞ୍ଜରୀ ବିଜୟୀ
-କରଞ୍ଜିଆ NACରେ ବିଜେଡି ପ୍ରାର୍ଥୀ ପପି ପୃଷ୍ଟି ବିଜୟୀ
-ରେଢ଼ାଖୋଲରେ ବିଜେପି ପ୍ରାର୍ଥୀ ଶିବରାମ ସାହୁ ବିଜୟୀ
-ଗୁଡାରୀ NACରେ ବିଜେଡିର ଶର୍ମିଷ୍ଠା ଶବର ବିଜୟୀ
-ସୋରଡ଼ା NACରେ ବିଜେଡିର ଶିବଶଙ୍କର ପଣ୍ଡା ବିଜୟୀ
-ଦିଗପହଣ୍ଡି NACରେ କଂଗ୍ରେସର ପ୍ରଫୁଲ୍ଲ ପଣ୍ଡା ବିଜୟୀ
-ଚିକିଟି NACରେ ବିଜେଡିର ଦୀପା ସାହୁ ବିଜୟୀ
-ବ୍ୟାସନଗର ମ୍ୟୁନିସିପାଲିଟିରେ ବିଜେଡିର ସଙ୍ଗୀତା ପିଙ୍ଗୁଆ ବିଜୟୀ
-କୁଚିଣ୍ଡାରେ ବିଜେଡି ପ୍ରାର୍ଥୀ ପ୍ରଦ୍ୟୁତ୍ ମହାନ୍ତି ବିଜୟୀ
ଢେଙ୍କାନାଳ ମ୍ୟୁନିସିପାଲିଟି: ବିଜେପିର ଜୟନ୍ତୀ ପାତ୍ର ବିଜୟୀ*
-କାମାକ୍ଷାନଗର ଏନ୍ଏସିରେ ବିଜେଡିର ଧର୍ମାନନ୍ଦ ପରିଡ଼ା ବିଜୟୀ।
କାମାକ୍ଷାନଗରରେ ବିଜେଡି ପ୍ରାର୍ଥୀ ୬୪୬୩ ଭୋଟ୍ରେ ବିଜୟୀ
-କେସିଙ୍ଗାରେ ବିଜେଡିର ନୃପରାଜ ଯାଦବ ବିଜୟୀ
-ପାଟଣାଗଡ଼ରେ ବିଜେଡିର ମାନସୀ ବିଶ୍ୱାଳ ବିଜୟୀ
-ନବରଙ୍ଗପୁର ମ୍ୟୁନିସିପାଲିଟିରେ ବିଜେପିର କୁନୁ ନାୟକ ବିଜୟୀ
-ଜୁନାଗଡ଼ ଏନ୍ଏସିରେ ବିଜେପି ପ୍ରାର୍ଥୀ ମୁକେଶ ଅଗ୍ରଓ୍ୱାଲ ବିଜୟୀ
-ରାଜଗାଙ୍ଗପୁରରେ ବିଜେଡିର ମାଧୁରୀ ଲୁଗୁନ ବିଜୟୀ