ପିଇଓ ଜେଏ ପରୀକ୍ଷାକୁ ନେଇ ବଡ ଖବର ଜାଣନ୍ତୁ କ’ଣ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଓଡ଼ିଶା ସବୋର୍ଡିନେଟ ଷ୍ଟାଫ ସେଲେକ୍ସନ କମିଶନ (OSSSC) ଜୁନିଅର ଆସିଷ୍ଟାଣ୍ଟ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ପାଇଁ ମିଳିତ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

ବିସ୍ତୃତ ବିଜ୍ଞାପନ ଅନୁଯାୟୀ, ପ୍ରଥମେ ମୋଟ ୫୩୯୬ଟି ପୋଷ୍ଟ ପାଇଁ ନୋଟିସ ଆସିଥିବା ବେଳେ, ପରେ ଏହି ସଂଖ୍ୟା ବୃଦ୍ଧି ପାଇଥିଲା। ୧୪୬୬ଟି ଅତିରିକ୍ତ ଜୁନିୟର ଆସିଷ୍ଟାଣ୍ଟ ପଦ ପାଇଁ ମଞ୍ଜୁରୀ ପ୍ରଦାନ କରାଯିବାରୁ ଏହି ସଂଖ୍ୟା ୬୮୬୨କୁ ବୃଦ୍ଧି ପାଇଥିଲା। ଏବେ ବୋର୍ଡ ପୁନର୍ବାର ୩୭୭ଟି ଜୁନିଅର ଆସିଷ୍ଟାଣ୍ଟ ପଦବୀ ବୃଦ୍ଧି କରିଛନ୍ତି।

ପୂର୍ବରୁ ୪୫୬୫ ଟି ପଦବୀ ଥିବା ବେଳେ ଏବେ ୩୭୭କୁ ମିଶାଇ ଏହା ୪୯୪୨ କୁ ବୃଦ୍ଧି ପାଇଛି। ତେବେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ପଦବୀ ପାଇଁ ମୋଟ ଖାଲିଥିବା ପଦ ସଂଖ୍ୟା ୨୨୯୭ ରେ ସମାନ ରହିଛି। ସେହିପରି ବୋର୍ଡ ଅନଲାଇନ୍ ଆବେଦନ ଦାଖଲର ଶେଷ ତାରିଖ ୧୨.୦୪.୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.