ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦିନକୁ ଦିନ ଭୂକମ୍ପ ସଂଖ୍ୟା ବଢିବାରେ ଲାଗିଛି । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି କେତେବେଳେ ନା କେତେବେଳେ ଭୂକମ୍ପ ଦେଖିବାକୁ ମିଳୁଛି । ଏହାରି ଭିତରେ ଆଜି ମହାରାଷ୍ଟ୍ରର କୋହ୍ଲାପୁରରେ ଭୂକମ୍ପ ଝଟକା।
ବୁଧବାର ସକାଳ ପ୍ରାୟ ୬.୪୫ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି। ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି।