ମଞ୍ଚେଶ୍ୱର ନିକଟରୁ ଯୁବକ ଯୁବତୀଙ୍କୁ ଉଠାଇ ନେଲା କଲିକତା କ୍ରାଇମବ୍ରାଞ୍ଚ, କାରଣ ଥିଲା କିଛି ଏମିତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଭୁବନେଶ୍ୱର କଲିକତା ପୋଲିସ।ଲକ୍ଷ୍ମିସାଗର ଥାନା ଅଞ୍ଚଳରୁ 2ଜଣକୁ ଉଠାଇନେଲା କଲିକତା କ୍ରାଇମବ୍ରାଞ୍ଚ ।କଲିକତା ପୋଲିସର 4ଜଣିଆ ଟିମ ପହଚି 2ଜଣଙ୍କୁ ହେପାଜତକୁ ନେଇ ଭୁବନେଶ୍ୱର କୋର୍ଟରେ ହାଜର‌ କରାଇଥିଲା।2ଜଣ ମଧ୍ୟରେ ଜଣେ ଯୁବକ ଓ ଜଣେ ଯୁବତୀ ହୋଇଥିବା ବେଳେ ଯୁବକ ଜଣକ ପଶ୍ଚିମବଙ୍ଗ ପୁର୍ବ ମେଦିନା ପୁର ଜିଲ୍ଲାର ହାଉସଗ୍ରାମ ଥାନା ଅଞ୍ଚଳର ଅଭିଯୁକ୍ତ ପ୍ରଦୀପ ମଣ୍ଡଳ 24 ବର୍ଷିୟ ବୋଲି ଜଣାପଡିଛି ।ତା ସହିତ ଥିବା ଯୁବତି ଜଣକ ନାବାଳିକା ଥିବା ବିଶେଷ ସୁତ୍ରରୁ ସୁଚନା ମିଳିଛି।

ତେବେ ଏମାନେ ଲକ୍ଷ୍ମୀସାଗର ଥାନା କେନାଲ ରୋଡ ଅଞ୍ଚଳରେ ରହୁଥିବାର ଖବର ପାଇଥିଲା କଲିକତା ପୋଲିସ।ଏନେଇ କଲିକତା ପୋଲିସର‌ କ୍ରାଇମବ୍ରାଞ୍ଚ ଟିମ କମିସନରେଟ ପୋଲିସ ସହାୟତାରେ ରେଡ ମାରିଥିଲା।ପରେ ଏକ ଭଡାଘରୁ ନାବାଳିକା ଉଦ୍ଧାର କରିବା ସହ ଯୁବକକୁ ଗିରଫ କରିଥିଲା ଟିମ। ଗିରଫ ପରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରିଥିଲା।ପରେ ଟ୍ରାନଜିଟ ରିମାଣ୍ଡ ଅନୁମତି ନେଇ ୨ଜଣଙ୍କୁ କଲିକତା ନେଇଛି ପୋଲିସ।ତେବେ ମିଳିଥିବା ସୁଚନା ଅନୁସାରେ ଏକ ଅପହରଣ ମାମଲାର ତନାଘନା କରୁଛି କ୍ରାଇମବ୍ରାଞ୍ଚ ।ଅଷ୍ଟମ ଶ୍ରେଣୀରେ ପଢୁଥିବା ନାବାଳିକାକୁ ଅପହରଣ କରି ଭୁବନେଶ୍ୱର ଚାଲିଆସିଥିବା କଲିକତା ପୋଲିସରୁ ସୁଚନା ମିଳିଛି।ଏନେଇ ଦୀର୍ଘ ଏକ ମାସ ଧରି ଖୋଜାଖୋଜି ପରେ ଦୁଇ ଜଣ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହୁଥିବା ଖବର ପାଇଥିଲା କଲିକତା ପୋଲିସ।

Leave A Reply

Your email address will not be published.