ଓଡ଼ିଆ ନ୍ୟୁଜ୍: ଏଣିକି ସୀମାନ୍ତ କୋଟିଆ ଅଂଚଳକୁ ଯିବେ ରାଜ୍ୟ ସରକାର।କୋଟିଆ ଗସ୍ତ ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା।’ଆସନ୍ତାକାଲି କୋଟିଏ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି’।’କୋଟିଆ ଅଂଚଳର ୨୦୦୦ରୁ ଅଧିକ ମହିଳା ପାଇବେ ସୁଭଦ୍ରା ଟଙ୍କା’।ବାଦ୍ ପଡ଼ିଥିବା ୨୪୬ ମହିଳା ଏକାବେଳେ ପାଇବେ ୩ଟି କିସ୍ତି ଟଙ୍କା’।
ରାତି ପାହିଲେ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା। ରାଜ୍ୟ ସରକାର ରାକ୍ଷୀ ପୂର୍ଣ୍ଣିମାରେ ଖାତାକୁ ସୁଭଦ୍ରା କିସ୍ତି ଟଙ୍କା ପଠାଇବେ । ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଟଙ୍କା । ଏ ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ଉପମୁଖ୍ୟମନ୍ତ୍ରୀ କହିଥିଲେ, ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ।