ଓଡ଼ିଆ ନ୍ୟୁଜ୍: ସୁଲଭ ମୂଲ୍ୟରେ ରାଜଧାନୀରେ ଘର ଯୋଗାଇବେ ସରକାର। ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ୧୪ରୁ ୫୦ ଲକ୍ଷ ଟଙ୍କାରେ ଘର ଯୋଗାଇ ଦିଆଯିବ କହିଲେ।‘ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଜରିଆରେ ୯୦ଟି ଘର ତିଆରି ହୋଇଛି’। ଏହି ଘରଗୁଡ଼ିକ ଟୁ ଵିଏଚ୍କେ ରହିଛି- କୃଷ୍ଣଚନ୍ଦ୍ର ମହାପାତ୍ର।‘ସରକାର ଏଣିକି ଲୋ କଷ୍ଟରେ ଘର ତିଆରି କରି ଯୋଗାଇ ଦେବେ’।‘ପ୍ରାଥମିକ ଭାବେ ଏହି ଘର ବସ୍ତି ବାସିନ୍ଦାଙ୍କୁ ଦିଆଯିବ’।
ଅଧିକରୁ ଅଧିକ ସାଧାରଣ ଲୋକଙ୍କୁ ଘର ଯୋଗାଇବାକୁ ବ୍ୟବସ୍ଥା କରାଯାଉଛି’। ଅନ୍ୟପଟେ ମନ୍ତ୍ରୀ ଆହୁରି କହିଛନ୍ତି, ସାଲିଆସାହିରେ ଉଚ୍ଛେଦଙ୍କୁ ଘର ମିଳିବ। ସାଲିଆସାହିରେ ଉଚ୍ଛେଦ ସବୁ ବସ୍ତି ବାସିନ୍ଦାଙ୍କୁ ମିଳିବ ସରକାରୀ ଘର। ଯେଉଁମାନେ ଘର ଛାଡୁନାହାନ୍ତି ସେମାନଙ୍କୁ କିଛି ଲୋକ ବିଭ୍ରାନ୍ତ କରୁଛନ୍ତି।ତାର କାରଣ ହେଲା ସେମାନେ ଏକାଧିକ ଘରକୁ ଭଡ଼ା ସୂତ୍ରରେ ଦେଇଛନ୍ତି। ସେମାନଙ୍କ ଘର କାଳେ ଭାଙ୍ଗିଯିବ ସେ ଭୟରେ ସେମାନେ ବିଭ୍ରାନ୍ତି କରୁଛନ୍ତି।