ଓଡ଼ିଆ ନ୍ୟୁଜ୍: ଗ୍ୟାସ ଉପଭୋକ୍ତାଙ୍କୁ ବଡ ଝଟକା। ଏଣିକି ଆଉ ଖୋଲା ବଜାରରେ ମିଳିବନି ଗ୍ୟାସ୍ । ୫ କେଜି ବାଲା ଗ୍ୟାସ ଟାଙ୍କିରେ ଗ୍ୟାସ୍ ଭର୍ତ୍ତି କରାଯାଇପାରିବନାହିଁ । ଏନେଇ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ଖବର ଅନୁଯାୟୀ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ଗ୍ୟାସ୍ ଯୋଗାଣରେ ଅଙ୍କୁଶ ଲଗାଯାଇଛି । ଖାସ୍ କରି ଖୋଲା ବଜାରରେ ମିଳୁଥିବା ଗ୍ୟାସ୍ ଦର ଅଚାନକ ବଢିବା ସହ ଗ୍ରାହକଙ୍କୁ ମିଳିବା ମଧ୍ୟ କଷ୍ଟ ହେଉଥିଲା ।
ଏସବୁ ଭିତରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଗ୍ୟାସ୍ ସଙ୍କଟକୁ ଦୃଷ୍ଟିରେ ରଖି ଏଣିକି ଖୋଲା ବଜାରରେ ଗ୍ୟାସ୍ ବିକ୍ରି ଉପରେ କଟକଣା ଜାରି କରାଯାଇଛି । ଖୋଲା ବଜାରରେ ଆଉ ଗ୍ୟାସ୍ ବିକ୍ରି କରାଯାଇପାରିବନାହିଁ । ଏହାସହିତ ୫ କେଜି ବାଲା ଗ୍ୟାସ ସିଲିଣ୍ଡରରେ ବି ଗ୍ୟାସ୍ ଭର୍ତ୍ତି କରାଯିବନାହିଁ । ଗ୍ୟାସ୍ ବିକ୍ରି ନେଇ E-Kyc କରାଯିବ । କେବଳ ଯାହା ନାଁରେ କାର୍ଡ ଥିବା, ସେମାନେ ହିଁ ଗ୍ୟାସ୍ ଏଜେନ୍ସିରୁ ଗ୍ୟାସ ଟାଙ୍କି ନେଇପାରିବେ ।