ସମ୍ବଲପୁରରେ ସର୍ବାଧିକ ଧାନ କିଣା: କୃଷ୍ଣଚନ୍ଦ୍ର ପାତ୍ର

0

ଓଡ଼ିଆ ନ୍ୟୁଜ୍: ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା। ମିଲରଙ୍କ ସମସ୍ୟା ସମାଧାନ ହୋଇଛି, କିଛି ଦାବି ପୂରଣ କରିଛନ୍ତି ସରକାର।ମିଲରଙ୍କ ଆଉ କିଛି ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ।କଷ୍ଟଡିଆନ ଚାର୍ଜ ବୃଦ୍ଧି ଦାବି ପୂରଣ ହୋଇଛି: ଯୋଗାଣ ମନ୍ତ୍ରୀ। ମିଲିଂ ଚାର୍ଜ ବଢାଇବା ଦାବି ସମ୍ପର୍କରେ ବିଚାର କରାଯାଉଛି। ସମ୍ବଲପୁରରେ ସର୍ବାଧିକ ୫୧,୭୬୬ ମେଟ୍ରିକ ଟନ୍‌ ଧାନ କିଣା ହୋଇଛି।ବରଗଡ଼-୩୪,୩୦୫, କଳାହାଣ୍ଡି-୨,୮୫୦, ବଲାଙ୍ଗୀର- ୨୨ ମେଟ୍ରିକ ଟନ୍। ନୂଆପଡା-୪୩୮ ଓ ସୁବର୍ଣପୁର- ୧୫ ମେଟ୍ରିକ ଟନ ଧାନକିଣା ହୋଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମିଲରମାନଙ୍କ କଷ୍ଟଡିଆନ ଚାର୍ଜ ବୃଦ୍ଧି ପାଇଁ ଦାବି କରିଥିଲେ । ତାହାପୂରଣ ହୋଇଛି। ମିଲିଂ ଚାର୍ଜ ବଢାଇବା ପାଇଁ ଦାବି କରିଥିଲେ । ତାକୁ ବର୍ତ୍ତମାନ ବିଚାର କରାଯାଉଛି । ସମ୍ବଲପୁର, ବରଗଡ଼, କଳାହାଣ୍ଡି, ସୁବର୍ଣପୁର, ବଲାଙ୍ଗୀର ଏବଂ ନୂଆପଡାରେ ଧାନ କିଣା ଚାଲିଛି। ସମ୍ବଲପୁରରେ ସର୍ବାଧିକ ୫୧, ୭୬୬ ମେଟ୍ରିକ ଟନ, ବରଗଡ଼ରେ ୩୪,୩୦୫ ମେଟ୍ରିକ ଟନ, କଳାହାଣ୍ଡିରେ ୨, ୮୫୦ମେଟ୍ରିକ ଟନ, ନୂଆପଡାରେ ୪୩୮ ମେଟ୍ରିକ ଟନ, ବାଲାଙ୍ଗୀରରେ ୨୨ ମେଟ୍ରିକ ଟନ, ସୁବର୍ଣ୍ଣପୁରରେ ୧୫ ମେଟ୍ରିକ ଟନ ଧାନ କିଣାଯାଇଛି।

Leave A Reply

Your email address will not be published.