ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ରାଜସ୍ୱ ନିରୀକ୍ଷକ। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ। କୁଚିଣ୍ଡା ତହସିଲ ଅନ୍ତର୍ଗତ ଗୋଛରା ରାଜସ୍ୱ ନିରୀକ୍ଷକ ସତ୍ୟ ନାରାୟଣ କଉଡି ଜମି ମ୍ଯୁଟେସନ ରିପୋର୍ଟ ପାଇଁ ଗୁରୁଆ ଗ୍ରାମର ଖତୁ କିଶାନଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ରାଜସ୍ୱନିରୀକ୍ଷକ।କୌଣସି ସୁତ୍ରରୁ ଖବର ପାଇଁ ଚଢାଉ କରିଥିଲା ସମ୍ବଲପୁର ଭିଜିଲାନ୍ସ ଟିମ।ଶେଷରେ ସତ୍ୟ ନାରାୟଣଙ୍କୁ ଧରିଥିଲା ଭିଜିଲାନ୍ସ।
ଗୋଛରା ସରକାରୀ କାର୍ଯ୍ଯାଳୟ ସହିତ ମହୁଲଡିହି ଭଡାଘରେ ସମ୍ବଲପୁର ଭିଜିଲାନ୍ସ ଦ୍ଵାରା ରେଡ ଚାଲିଥିଲା।ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ରେଡଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି।