ଓଡ଼ିଆ ନ୍ୟୁଜ୍: କୁଜଙ୍ଗ ବିଇଓ ଅଫିସର କିରାଣୀ ସୂର୍ଯ୍ୟକାନ୍ତ ସ୍ୱାଇଁ।ଶିକ୍ଷକଙ୍କୁ ଗୃହ ଋଣ କରାଇଦେବାକୁ ଦେଉଥିଲେ ଲାଞ୍ଚ।୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ।ଲାଞ୍ଚ ନେବା ପଡ଼ିଲା ମହଙ୍ଗା। କୁଜଙ୍ଗ ବିଇଓ ଅଫିସର ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ବାଇଁ ଧରାପଡ଼ିଛନ୍ତି।
ସେ ପଙ୍କପାଳ ସ୍ଥିତ ଅଫିସରେ ବିଲ୍ କରାଇ ଦେବାକୁ ଶିକ୍ଷକଙ୍କଠାରୁ ଲାଞ୍ଚ ନେଉଥିଲେ। ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ଏହାପରେ ସୂର୍ଯ୍ୟକାନ୍ତଙ୍କ ଦୁଇଟି ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।