ଚନ୍ଦକାରେ କୁମକି ହାତୀ ନନ୍ଦର ମୃତ୍ୟୁ, ଗତ ଶନିବାର ଟ୍ରାଙ୍କ୍ୟୁଲାଇଜର କରିବା ପରେ ଆଉ ଉଠିନଥିଲା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଡ଼ମପଡା ଅଭୟାଣ୍ୟରେ କୁମକି ହାତୀ ନନ୍ଦ ର ମୃତ୍ୟୁ ଘଟିଛି।2010-ମସିହା ରେ ନନ୍ଦକୁ ନନ୍ଦନକାନନ ରୁ ଚନ୍ଦକାର ଗୋଡ଼ିବାରୀକୁ ଅଣାଯାଇ ହିଂସ୍ର ଜନ୍ତୁଙ୍କୁ ସାବାଡ଼ କରିବା ପାଇଁ କୁମକି ପ୍ରଶିକ୍ଷଣ ଦିଆଯାଇଥିଲା । ଅଭୟାରଣ୍ୟ ରେ ନୂତନ ଭାବେ ଗଢ଼ାଯାଇଥିବା ହାତୀ ରେସକ୍ଯୁ ସେଣ୍ଟରକୁ ନିଆଯିବ ପାଇଁ ନନ୍ଦକୁ ଶନିବାର ଦିନ ବନବିଭାଗ ଦ୍ୱାରା ଟ୍ରାଙ୍କୁଳାଇଜିଙ୍ଗ କରାଯାଇଥିଲା,ଯାହାଫଳରେ ନନ୍ଦ ବେହୋସ ହୋଇପଡ଼ିଥିଲା। ଚେତା ନ ଫେରିବା ହେତୁ ତାକୁ ୩ ଜଣିଆ ପ୍ରାଣିଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା।
ପ୍ରାଣୀ ଚିକିତ୍ସାକଙ୍କ ଦ୍ୱାରା ଆପ୍ରାଣ ଉଦ୍ୟମ କରାଯାଇଥିଲେ ମଧ୍ୟ ୩୬ ବର୍ଷିଆ କୁମକି ହାତୀ ନନ୍ଦର ଆଜି ଭୋର ୩ଟା ସମୟରେ ମୃତୁ ଘଟିଥିଲା। ଶବ ବ୍ୟବଛେଦ ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ ଦ୍ୱାରା ସୂଚନା ମିଳିଛି।

ଓୟୁଏଟି ଔଷଧ ବିଭାଗର ମୁଖ୍ୟ ପ୍ରଫେସର ତଥା କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଣୀ ଚିକିତ୍ସା ବିଭାଗର ସଂଯୋଜକ ପ୍ରଫେସର ଡା. ନିରଞ୍ଜନ ସାହୁ, ଅସ୍ଥ ଓ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡା. ଇନ୍ଦ୍ରମଣୀ ନାଥ ଓ ନନ୍ଦନକାନନର ସନ୍ତୋଷ ଗୁପ୍ତା ନନ୍ଦର ଚିକିତ୍ସା ପାଇଁ ଲାଗିଥିଲେ। ନନ୍ଦ ଏକ କୁମକି ତାଲିମପ୍ରାପ୍ତ ହାତୀ । ୧୯୮୭ ମସିହା ମେ’ ୧୪ ତାରିଖରେ ନନ୍ଦନକାନନର ମାଈ ହାତୀ ବାସନ୍ତୀ ଗର୍ଭରୁ ଜନ୍ମଲାଭ କରିଥିଲା । ୨୦୧୦ରେ ନନ୍ଦକୁ ନନ୍ଦନକାନନରୁ ଚନ୍ଦକାର ଗୋଡ଼ିବାରୀକୁ ଅଣାଯାଇଥିଲା। ହିସ୍ର ଜନ୍ତୁଙ୍କୁ ସାବାଡ଼ କରିବା ପାଇଁ ନନ୍ଦକୁ କୁମକି ପ୍ରଶିକ୍ଷଣ ଦିଆଯାଇଥିଲା।

 

Leave A Reply

Your email address will not be published.